ତେଲେଙ୍ଗାନା, ଜାନୁଆରୀ ୧୭ (ଖବର ଓଡ଼ିଶା):
କଥାରେ ଅଛି ବାଘ ନଦେଖିଲେ ବିଲେଇ ଦେଖ କିନ୍ତୁ ତେଲେଙ୍ଗାନାରେ ବାଘରୂପୀ କୁକୁରକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଭିଡ । ତେଲେଙ୍ଗାନାର କେସଲାପୁର ଗାଁରେ ବାଘ ସଦୃଶ କୁକୁରକୁ ଦେଖିବାକୁ ଲୋକେ କୌତୁହଳତା ପ୍ରକାଶ କରିଛନ୍ତି ।
କୁକୁରର ଶରୀରରେ ବାଘ ଭଳି ଛାଲ ରହିଛି । ଗ୍ରାମବାସୀ କହିଛନ୍ତି ଯେ କୁକୁରର ଶରୀରରେ ଥିବା ଏହି ଚିହ୍ନଗୁଡ଼ିକ ଜନ୍ମରୁ ଆସିଛି। ଲୋକମାନେ ଏହି କୁକୁରକୁ ଦେଖିବା ପରେ ଭୟଭୀତ ହୋଇଥିଲେ । ଗାଁକୁ ଆସୁଥିବା ନୂଆ ଲୋକମାନେ ଏହା ଏକ ବାଘ ବୋଲି ପ୍ରଥମେ କହୁଥିଲେ। କୁକୁରକୁ ବାଘ ବୋଲି ଭାବି ଗାଁକୁ ଆସିବାକୁ ଡରୁଥିଲେ। କୁକୁରକୁ ସେହି ଅଞ୍ଚଳରେ ଟାଇଗର କୁକୁର ବୋଲି ମଧ୍ୟ ଡାକନ୍ତି।
ବାଘର ଦେହରେ ମଧ୍ୟ ସମାନ ଷ୍ଟ୍ରାଇପ୍ ରହିଛି । ବାସ୍ତବରେ ଜଣେ ଗ୍ରାମବାସୀ ଏହି କୁକୁରକୁ କ୍ଷେତରେ କାମ କରିବା ସମୟରେ ପାଇଥିଲେ । ସେ ଏହି କୁକୁରକୁ ଘରକୁ ଆଣି ଲାଳନପାଲନ କରିଥିଲେ । ବର୍ତ୍ତମାନ ଏହି କୁକୁରଟି ସମଗ୍ର ଅଞ୍ଚଳରେ ଆକର୍ଷଣର କେନ୍ଦ୍ର ପାଲଟିଛି ।
କେବଳ ମଣିଷ ନୁହଁନ୍ତି ପଶୁମାନେ ମଧ୍ୟ ଏହି ବାଘ କୁକୁରକୁ ଭୟ କରନ୍ତି । ପଶୁପାଳନ ବିଭାଗ କହିଛି ଯେ ଏହି ପ୍ରଜାତିର କୁକୁରଙ୍କ ବଂଶବିସ୍ତାର କରାଇବା ସମ୍ଭବ । ଯଦି ଏହି କୁକୁରର ପ୍ରଜାତି ଅଗ୍ରଗତି କରେ ତେବେ ଏହା ପ୍ରକୃତରେ ଅନନ୍ୟ ହେବ। ଲୋକମାନେ ମଧ୍ୟ ଏହି ଟାଇଗର-ଷ୍ଟ୍ରାଇପ୍ କୁକୁରକୁ ରଖିବାକୁ ଆଗ୍ରହୀ ହେବେ ।