ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଙ୍ଗୀନ ମାମଲାରେ ଗିରଫ ହୋଇ ୩୦ ଦିନ ଜେଲରେ କାଟିବା ପରେ ସ୍ୱତଃ ପ୍ରବୃତ ଭାବେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପଦ ହରାଇବା ବିଧେୟକକୁ ନେଇ ବଡ ଟିପ୍ପଣୀ କରିଛନ୍ତି । ସେ କହିଛନ୍ତି, ଏମିତି ବିଧେୟକ ଆଣିବାରେ ଭୁଲ୍ କେଉଁଠି । ଯେବେ ଜେଲ୍ ଗଲେ କିରାଣୀଙ୍କ ଚାକିରି ଚାଲି ଯାଉଛି ତେବେ ପ୍ରଧାନମନ୍ତ୍ରୀଙ୍କ କାହିଁକି ବଞ୍ଚିବା ଉଚିତ୍ ।
ସରକାର ନିକଟରେ ମୌସୁମୀ ଅଧିବେଶନରେ ୧୩୦ତମ ସମ୍ବିଧାନ ସଂଶୋଧନ ବିଧେୟକ ଉପସ୍ଥାପନ କରିଥିଲେ । ଏଥିରେ ପ୍ରାବଧାନ ରହିଛି ଯେ, ଯଦି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା କୌଣସି ବି ମନ୍ତ୍ରୀ ସଙ୍ଗୀନ ଅଭିଯୋଗରେ ଜେଲରେ ୩୦ ଦିନ କିମ୍ବା ସେଥିରୁ ଅଧିକ ଦିନ ଜେଲରେ କାଟନ୍ତି ତେବେ ସେମାନଙ୍କର ପଦ ସ୍ୱତଃ ପ୍ରବୃତ ଭାବେ ସମାପ୍ତ ହୋଇଯିବ । ଏହି ବିଧେୟକୁ ନେଇ ସଂସଦରେ ଖୁବ ହଙ୍ଗାମା କରିଛନ୍ତି ବିରୋଧୀ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏତେ ବର୍ଷ ଆମେ କ୍ଷମତାରେ ଅଛୁ, ମାତ୍ର ଦୁର୍ନୀତିର ଗୋଟିଏ ବି ଅଭିଯୋଗ ଆମ ଉପରେ ଲାଗି ନାହିଁ । କଂଗ୍ରେସ ଦଶନ୍ଧି ଧରି ଶାସନ କରିଥିଲା ଏବଂ ଦୁର୍ନୀତି ଗୋଟିଏ ପରେ ଗୋଟିଏ କରି ଚାଲିଥିଲା । ଦୁର୍ନୀତି ବିରୋଧରେ ଲଢେଇକୁ ଯଦି ନିର୍ଣ୍ଣାୟକ ମୋଡରେ ପହଞ୍ଚାଇବାର ଅଛି ତେବେ କାର୍ଯ୍ୟାନୁଷ୍ଠାନ ପରିଧିରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନେ ବି ରହିବା ଉଚିତ୍ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନର ଆଇନ ଅନୁସାରେ ଯଦି କୌଣସି ସରକାରୀ କର୍ମଚାରୀଙ୍କୁ ୫୦ ଘଣ୍ଟା ଧରି ଅଟକ ରଖିଲେ ତାଙ୍କୁ ସସପେଣ୍ଡ କରାଯାଉଛି । ମାତ୍ର କୌଣସି ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତର୍ୀ ଜେଲରେ ରହିବି କ୍ଷମତା ସୁଖ ପାଇବେ ତେବେ ଏହା କେମିତି କା ଆଇନ ? ଆମେ କିଛି ସମୟ ପୂର୍ବରୁ ଦେଖିଲୁ ଯେ, କେମିତି ଜେଲରେ ରହିବି ଫାଇଲରେ ଦସ୍ତଖତ କରାଯାଉଥିଲା । ଜେଲରେ ହିଁ ସରକାରୀ ଆଦେଶ ଦିଆଯାଉଥିଲା । ନେତାଙ୍କ ଆଭିମୁଖ୍ୟ ଯଦି ଏମିତି ହେବ ତେବେ ଦୁର୍ନୀତି ବିରୋଧରେ ଲଢେଇ କେମିତି ଲଢାଯିବ ।
Also read: ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବଢାଯାଉ, ଅମିତ ଶାହଙ୍କୁ ଚିଠି ଲେଖି ଦାବି କଲା କଂଗ୍ରେସ