ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛି। ଏପରିକି ହାଇକୋର୍ଟ କେଜ୍ରିୱାଲଙ୍କ ଓକିଲଙ୍କ ଉପରେ ଜରିମାନା ଲଗାଇଛନ୍ତି। କେଜ୍ରିୱାଲଙ୍କ ପାଇଁ ପିଟିସନ୍ ଦାଏର କରିଥିବା ଓକିଲଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ହାଇକୋର୍ଟ। ଏପରି ମୂଲ୍ୟହୀନ ଦଲିଲ ସହିତ କୋର୍ଟର ସମୟ ନଷ୍ଟ କରାଯାଏ ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯିବ।
ସୂଚନା ମୁତାବକ, ଦିଲ୍ଲୀ ପୋଲିସ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ତେଣୁ ଜାମିନ ପାଇବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ। ହେଲେ ଦିଲ୍ଲୀ କୋର୍ଟ ତାଙ୍କର ଏହି ଅନ୍ତରୀଣ ଜାମିନକୁ ଖାରଜ କରିଦେଇଛି। ଏପିରିକି କୋର୍ଟ କେଜ୍ରିଓ୍ଵାଲଙ୍କ ଜାମିନ ଆବେଦନକୁ ଖାରଜ କରିବା ସହ ଆବେଦନକାରୀ ଓକିଲଙ୍କୁ ୭୫ ହଜାର ଟଙ୍କା ଜରିମାନା ଦେବା ପାଇଁ ଆଦେଶ ଦେଇଛନ୍ତି।