ନୂଆଦିଲ୍ଲୀ: ୱାକଫ ଆକ୍ଟ ଉପରେ ସୁପ୍ରିମକୋର୍ଟରେ ଆଜି ଅପରାହ୍ଣ ୨ଟାରୁ ଶୁଣାଣି ଆରମ୍ଭ ହୋଇ ଯାଇଛି । ଏହି ଆଇନ ବିରୋଧରେ ୨୦ରୁ ଅଧିକ ପିିଟିସନ ଦାୟର ହୋଇଛି । ପ୍ରଥମେ ଏହି ସମ୍ବେଦନଶୀଳ ମାମଲାର ଶୁଣାଣି ତିନି ଜଣିଆ ଖଣ୍ଡପୀଠଙ୍କ କରିବାର ଥିଲା । ମାତ୍ର ଏବେ ପ୍ରଧାନ ବିଚାରପତି ସଞ୍ଜୀବ ଖନ୍ନା ଓ ଜଷ୍ଟିସ ସଞ୍ଜୟ କୁମାରଙ୍କ ପୀଠ ଏହାର ଶୁଣାଣି କରୁଛନ୍ତି ।
ଯାଚିକାରେ କୁହାଯାଇଛି ଯେ, ୱାକଫ ଆଇନରେ କରାଯାଇଥିବା ସଂଶୋଧନ ଅସାମ୍ବିଧାନିକ । ଏହା ମୁସଲିମ ସମୁଦାୟ ପ୍ରତି ଭେଦଭାବ କରୁଛି । ମନମାନୀ ନିଷ୍ପତ୍ତି ନେବା ପାଇଁ ଏହି ସଂଶୋଧିତ ଆକ୍ଟ ସରକାରଙ୍କୁ ଅନୁମତି ପ୍ରଦାନ କରୁଛି । ତେଣୁ ଏହି ଆକ୍ଟ ରଦ୍ଦ କରିବା ଏବଂ ଏହାର ଲାଗୁ କରିବା ଉପରେ ରୋକ୍ ଲଗାଇବା ଉଚିତ୍ । କଂଗ୍ରେସ, ଜେଡିୟୁ, ଆପ୍, ଡିଏମକେ, ସିପିଆଇ ପରି ପାର୍ି ଏହି ଆଇନ ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଛନ୍ତି ।
ଏହା ସହିତ ଜମିୟତ ଉଲେମା-ଏ-ହିନ୍ଦ , ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ଓ କିଛି ଏନଜିଓ ମଧ୍ୟ ଏହି ଆଇନର ସଂଶୋଧନ ବିରୋଧରେ ଅଛନ୍ତି । କଂଗ୍ରେସ ସାଂସଦ ମହମ୍ମଦ ଜାଭେଦଙ୍କ ସମେତ ଅନେକ ଆବେଦନକାରୀ ବ୍ୟକ୍ତିଗତ ଭାବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଶୁଣାଣି ସମୟରେ କପିଲ ସିବଲ କହିଛନ୍ତି, ଏହା ଧାର୍ମିକ ମାମଲାରେ ଦଖଲ ଦେବା ପରି ହୋଇଛି । ବିଧାନ ଧାର୍ମିକ ମାମଲାରେ ପ୍ରବନ୍ଧନର ଅଧିକାର ପ୍ରଦାନ କରି ଆସିଛି । ଏହି ସମୟରେ ସେ ନୂଆ ଆଇନରେ ଥିବା ଦୋଷ ତ୍ରୁଟି ସୁପ୍ରିମକୋର୍ଟରେ ରଖିଛନ୍ତି । ଅନ୍ୟପଟେ ସିଜେଆଇ ଆବେଦନକାରୀଙ୍କୁ ପଚାରିଛନ୍ତି ଯେ, ଆପଣଙ୍କ ମୁଖ୍ୟ ତର୍କ କଣ । ଏହା ଉପରେ କପିଲ ସିବଲ କହିଛନ୍ତି, ଏହି ଆଇନ ଧାର୍ମିକ ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରୁଛି ।