ଦକ୍ଷ ଆଇନଜୀବୀ ଭାବେ ବେଶ ଜଣାଶୁଣା ପୂର୍ବତନ ASG ତଥା ବରିଷ୍ଠ ଆଇନଜୀବୀ ଫଲି ଏସ ନରିମନଙ୍କ ବିୟୋଗ ହୋଇଛି। ଦିଲ୍ଲୀ ସ୍ଥିତ ବାସଭବନରେ ୯୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି।
୧୯୨୯ ମସିହା ଜାନୁଆରୀ ମାସ ୧୦ ତାରିଖରେ ଜନ୍ମଗ୍ରହଣ କରିଥିବା ଫଲି ଏସ୍ ନରିମନ ଜଣେ ଦକ୍ଷ ଆଇନଜୀବୀ ଭାବେ ବେଶ ଜଣାଶୁଣା। ଏକ ପାର୍ସି ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ସେ ୧୯୫୦ ମସିହାରେ ବମ୍ବେ ହାଇକୋର୍ଟରେ ଲ' ପ୍ରାକ୍ଟିସ୍ କରିଥିଲେ। ୧୯୭୨ ମସିହାରେ ସୁପ୍ରିମକୋର୍ଟରେ ଆଇନ ଅଭ୍ୟାସ କରିଥିଲେ ନରିମନ। ପରେ ତାଙ୍କୁ ଅତିରିକ୍ତ ସଲିସିଟର ଜେନେରାଲ ଭାବେ ନିଯୁକ୍ତ କରାଯାଇଥିଲା।
ଜେନେଭାର ଅନ୍ତରାଷ୍ଟ୍ରୀୟ ମଧ୍ୟସ୍ଥତା କୋର୍ଟର ଉପାଧ୍ୟକ୍ଷ ରହିଥିବା ନରିମନ ୧୯୯୧ ମସିହାରେ ପଦ୍ମଭୂଷଣ ଏବଂ ୨୦୦୭ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ । ତେବେ ୧୯୭୫ ମସିହାରେ ଇନ୍ଦିରାଗାନ୍ଧୀଙ୍କ ସରକାରଙ୍କ ନିଷ୍ପତ୍ତି ବିରୋଧରେ ସେ ତତ୍କାଳୀନ ଆଇନମନ୍ତ୍ରୀ ଏଚଆର ଗୋଖଲେଙ୍କୁ ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେସଲିସିଟର ଜେନେରାଲ ପଦରୁ ଇସ୍ତଫା ଦେଇଥିଲେ।ଏହିଭଳି ଭାବେ ନରିମନଙ୍କର କ୍ୟାରିଅର ଯେତିକି ସଫଳ ଥିଲେ ସେ ମଧ୍ୟ ସେତିକି ପରିଚିତ ଥିଲେ। ଦେଶ ତାଙ୍କ ଭଳି ଜଣେ ଦକ୍ଷ ଆଇନଜୀବୀଙ୍କୁ ହରାଇଥିବାରୁ ସବୁ ମହଲରେ ଶୋକ ପ୍ରକାଶ ପାଇଛି ।
ଫଲୀଙ୍କ ବିୟୋଗ ନେଇ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟସଭା ସାଂସଦ କପିଲ ସିବଲ ଏକ୍ସ ହ୍ୟାଣ୍ଡଲରେ ଶୋକ ପ୍ରକାଶ କରି ଲେଖିଛନ୍ତି, "ଏକ ଯୁଗର ଅବସାନ ଘଟିଲା।
ଅଧିକ ପଢନ୍ତୁ: କାଲି ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ