ଲଗାତାର ତିନି ଦିନ ଧରି ମାଓ ବିରୋଧୀ ଅଭିଯାନରେ ସାତୋଟି କ୍ୟାମ୍ପ ଧ୍ୱଂସ କଲେ ସୁରକ୍ଷାବାହିନୀ
Khabar Odisha:For-three-days-in-a-row-security-forces-destroyed-seven-camps-in-an-anti-Maoist-operation
ନାରାୟଣପୁର , ଫେବୃଆରୀ ୨୬ (ଖବର ଓଡ଼ିଶା):

ସୁରକ୍ଷାକର୍ମୀଙ୍କ ପକ୍ଷରୁ ଲଗାତାର ତିନି ଦିନ ଧରି ଛତିଶଗଡ଼ ରାଜ୍ୟର ନାରାୟଣପୁର ଓ କାଙ୍କେରରେ ଆଦି ସ୍ଥାନେରେ କରାଯାଇଥିବା ମାଓ ବିରୋଧୀ ଅପରେସନରେ ମିଳିଛି ବଡ ସଫଳତା । ଅପରେସନ ସଙ୍ଗମ ନାଁରେ କରାଯାଇଥିବା ଏହି ଅପରେସନରେ ମାଓବାଦୀଙ୍କ ୭ ଟି କ୍ୟାମ୍ପକୁ ଧ୍ୱଂସ କରିଛନ୍ତି ସୁରକ୍ଷାକର୍ମୀ । ଏହା ସହ ମାଓକ୍ୟାମ୍ପରୁ ମିଳିଛି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍‌ତ, ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଛି । ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଅବୁଝାମଡ କ୍ଷେତ୍ର ଅନ୍ତର୍ଗତ ଟେକମେଟା ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ଖବର ପାଇଁ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ସୁରକ୍ଷା ବାହିନୀ । ଏତିକିବେଳେ ମାଓବାଦୀମାନେ ଗୁଳି ବିନିମୟ କରିଥିଲେ । ପ୍ରତି ଜବାବ ଦେଇଥିଲେ ଯବାନ । ପାଲଟା ଗୁଳିବିନିମୟରେ ଛତ୍ରଭଙ୍ଗ ଦେଇଥିଲା ଲାଲବାହିନୀ ।

  • Tags:

Subscribe

National International State Sports Entertainment