ସଂସଦରେ ଅର୍ଥମନ୍ତ୍ରୀଙ୍କ ବଜେଟ ଉପସ୍ଥାପନ
Khabar Odisha:Finance-Minister-Nirmala-Sitharaman-presents-Union-Budget-2023-24
ଖବର ଓଡିଶା : 01/02/2023

 କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ କେନ୍ଦ୍ର ବଜେଟ୍ 2023-24 ଉପସ୍ଥାପନା କରୁଛନ୍ତି | 2024 ନିର୍ବାଚନ ପୂର୍ବରୁ  ଏହି ବଜେଟ ହେବ ଶେଷ ପୂର୍ଣାଙ୍ଗ ବଜେଟ। ବଜେଟରେ ଓଡିଶାକୁ ଗୁରୁତ୍ବ ଦିଆଯିବା ନେଇ ଆଶା। ଅମୃତ କାଳର ଏହା ପ୍ରଥମ ବଜେଟ । ଏହି ବଜେଟରେ ମହିଳା, ଚାଷୀ, ପଛୁଆବର୍ଗଙ୍କୁ ଧ୍ୟାନ ଦିଆଯାଇଛି । ଭାରତୀୟ ଅର୍ଥବ୍ୟବସ୍ଥା ଏବେ ସବୁଠୁ ଦ୍ରୁତ ଅଭିବୃଦ୍ଧିର ଅର୍ଥବ୍ୟବସ୍ଥା । 

ଅର୍ଥମନ୍ତ୍ରୀଙ୍କ ବଜେଟ୍‌ ଉପସ୍ଥାପନ...

. ମିଲେଟକୁ ପ୍ରୋତ୍ସାହନ ପାଇଁ ଏହା ନାମକରଣ ହୋଇଛି। ଯାହାର ନାଁ ଦିଆଯାଇଛି ଶ୍ରୀଅନ୍ନ। ଶ୍ରୀଅନ୍ନ ଉତ୍ପାଦନ କ୍ଷେତ୍ରରେ ଭାରତ ନଂ1, ରପ୍ତାନୀରେ 2 ନମ୍ବର |

. ମତ୍ସ୍ୟଚାଷକୁ ଅଧିକ ପ୍ରୋତ୍ସାହନ ପାଇଁ 6 ହଜାର କୋଟିର ବ୍ୟବସ୍ଥା ହୋଇଛି

. 157 ମେଡିକାଲ କଲେଜରେ 157 ନର୍ସିଂ କଲେଜ ସ୍ଥାପନ ହେବ

. ଶିକ୍ଷକମାନଙ୍କୁ ଗୁଣାତ୍ମକ ଶିକ୍ଷା ନେଇ ଟ୍ରେନିଂ ଦିଆଯିବ

. ଶିଶୁ ଓ କିଶୋରମାନଙ୍କ ପାଇଁ ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ ହେବ

. ଆଗ୍ରି ଷ୍ଟାର୍ଟଅପ୍ ପ୍ରୋତ୍ସାହନ ପାଇଁ ଆଗ୍ରି ଆକ୍ସିଲେରେଟର ଫଣ୍ଡ ବ୍ୟବସ୍ଥା

. ଆତ୍ମନିର୍ଭର କ୍ଲିନ ପ୍ଲାଣ୍ଟ ପ୍ରୋଗ୍ରାମ ଆରମ୍ଭ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା

. ପର୍ଯ୍ୟଟନ ଅଭିବୃଦ୍ଧି କ୍ଷେତ୍ରରେ ଅପାର ସୁଯୋଗ ସୃଷ୍ଟି କରାଯାଇଛି 

. ବଜେଟରେ ରେଳ ପାଇଁ 2.40 ଲକ୍ଷ କୋଟି ଟଙ୍କା ଘୋଷଣା

. ସହରାଞ୍ଚଳ ବିକାଶ ପାଇଁ ଅର୍ବାନ୍ ଇନ୍ଫ୍ରା ଫଣ୍ଡର ଘୋଷଣା

. ଅର୍ବାନ୍ ଇନ୍‌ଫ୍ରା ଫଣ୍ଡ ପାଇଁ 10 ହଜାର କୋଟିର ବ୍ୟବସ୍ଥା

. ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ 3ଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ହେବ

. 50ଟି ନୂଆ ଏୟାରପୋର୍ଟ, ହେଲି ପୋର୍ଟ ପ୍ରତିଷ୍ଠା କରାଯିବ

. KYC ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯିବ

. ଫେଜ୍ 3  ଇ-କୋର୍ଟ ବ୍ୟବସ୍ଥା ପାଇଁ ବଜେଟରେ 7 ହଜାର କୋଟି

. 5Gର ବିକାଶ ପାଇଁ ଇଂଜିନିୟରିଂ ଇନଷ୍ଟିଚ୍ୟୁଟରେ 100 ଲ୍ୟାବ୍ ହେବ

Subscribe

National International State Sports Entertainment