ସାରା ଦେଶରେ ହେବ କ୍ଷୀରର ଯାଞ୍ଚ : ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଯାଞ୍ଚ କରିବ FSSAI
Khabar Odisha:FSSAI-will-conduct-nationwide-surveillance-on-milk-and-milk-products-in-its-ongoing-effort-to-curb-adulteration-of-milk-and-milk-products
ଖବର ଓଡିଶା : 25/05/2023

ସାରା ଦେଶରେ ଯାଞ୍ଚ ହେବ କ୍ଷୀର । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଂଗଠିତ ଓ ଅଣ ସଙ୍ଗଠିତ କ୍ଷେତ୍ରରୁ ନମୂନା ସଂଗ୍ରହ କରି ଯାଞ୍ଚ କରିବ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ (FSSAI) । ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀରେ ଅପମିଶ୍ରଣ ରୋକିବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । କ୍ଷୀର, ଦହି, ଘିଅ, ଛେନା, ପନିର୍, ଖୁଆ, ଆଇସକ୍ରିମ୍ ଯାଞ୍ଚ ହେବ । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଜିଲ୍ଲାମାନଙ୍କରେ ଯାଞ୍ଚ ହେବ। ସବୁ ଜିଲ୍ଲାରୁ ନମୂନା ସଂଗ୍ରହ କରି ଯାଞ୍ଚ କରିବ ଏଫଏସଏସଏଆଇ । ଫୁଡ୍ ସେପ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି । FSSAI ପକ୍ଷରୁ କୁହାଯାଇଛି, ମହାମାରୀ ପର ଠାରୁ ଲୋକେ ଖାଦ୍ୟପଦାର୍ଥକୁ ନେଇ ବେଶ୍‌ ସଚେତନ ହୋଇ ଯାଇଛନ୍ତି । କ୍ଷୀର, ଦହି ପରି ଦୁଗ୍ଧଜାତ ସାମଗ୍ରୀ ଲୋକଙ୍କ ପ୍ରତିଦିନ ଡାଏଟ୍‌ରେ ସାମିଲ ଅଛି । ଏପରିସ୍ଥଳେ ଦୁଗ୍ଧଜାତ ସାମଗ୍ରୀ ବିଶୁଦ୍ଧ ହେବା ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି FSSAI ଏଭଳି ଏକ ଅଭିଯାନ ଆରମ୍ଭ କରିଛି ।

Subscribe

National International State Sports Entertainment