ସମସ୍ତ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପକାଇ ପରିଶେଷରେ ଶନିବାର ଘୋଷଣା ହେବାକୁ ଯାଉଛି ନିର୍ବାଚନ ତାରିଖ। ଏହି ଅବସରରେ ଲୋକସଭା ସହିତ କିଛି ରାଜ୍ୟର ବିଧାନସଭା ତାରିଖ ଘୋଷଣା କରାଯିବ। ତେବେ ଏଥିନେଇ ଇସିଆଇ ଶନିବାର ଅପରାହ୍ଣ ୩ଟାରେ ସାମ୍ବାଦିକ ସମ୍ମିଳନୀ ଦ୍ୱାରା ତାରିଖ ଘୋଷଣା କରିବେ। ଏହି ପରିପ୍ରେକ୍ଷୀରେ ଓଡିଶାରେ ମଧ୍ୟ ଲୋକସଭା ସହ ଓଡିଶା ବିଧାନସଭା ନିର୍ବାଚନ ତାରିଖ ପ୍ରକାଶ ପାଇବ। ଏହି ସମୟରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ସହ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ ହେବ।
ସୂଚନାଯୋଗ୍ୟ ଯେ, ନିର୍ବାଚନ ଆୟୋଗରେ ଖାଲି ପଡିଥିବା ୨ ଇଲେକ୍ସନ କମିଶନରଙ୍କ ପଦବୀ ଗୁରୁବାର ପୁରା ହୋଥିବା ବେଳେ ଶନିବାର ନିର୍ବାଚନ ତାରିଖ ଘୋଷଣା ହେବା ନେଇ ଇଲେକ୍ସନ କମିଶନ ଜଣ ମାଧ୍ୟମ 'ଏକ୍ସ' ଦ୍ୱାରା ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଏହି ପୋଷ୍ଟରେ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆ ଯାଇଛି ଯେ, '୨୦୨୪ ଲୋକସଭା ନିର୍ବାଚନ ପାଇଁ ଶନିବାର ଅପରାହ୍ନ ୩ଟାରେ ତାରିଖ ଘୋଷଣା କରାଯିବ। ନିର୍ବାଚନ କମିଶନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ମୁଖ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଇଲେକ୍ସନ ତାରିଖ ଘୋଷଣା ହେବ।
ECIଙ୍କ ପୋଷ୍ଟ ଅନୁସାରେ, ଏପ୍ରିଲ୍ କିମ୍ବା ମେ ମଧ୍ୟରେ ଚାରିଟି ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହି ୪ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡିଶା ଏବଂ ସିକ୍କିମରେ ନିର୍ବାଚନ ହୋଇପାରେ ବୋଲି ଆଶା କରାଯାଉଛି। ତେବେ ହରିୟାଣା, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ଚଳିତ ବର୍ଷ ଶେଷ ଆଡକୁ ମତଦାନ ହେବାର ସମ୍ଭାବନା ଅଛି।
ଅଧିକ ପଢନ୍ତୁ: ୨ ମାଓବାଦୀଙ୍କ ଆତ୍ମସମର୍ପଣ