ନୂଆଦିଲ୍ଲୀ: ଭୂପୃଷ୍ଠରେ ଭୂକମ୍ପ ଆସିଲେ ଚନ୍ଦ୍ରରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହେଉଛି । ଏହି ସୂଚନା ଦେଇଛି ଚନ୍ଦ୍ରଯାନ-୩ । ରିପୋର୍ଟ ଅନୁଯାୟୀ, ଉଲକାପିଣ୍ଡ କିମ୍ବା ଗରମ ସମ୍ବନ୍ଧିତ ପ୍ରଭାବ କାରଣରୁ ଏହି ଝଟକା ଅନୁଭୂତ ହେଉଛି । ଇସ୍ରୋ ଚନ୍ଦ୍ରଯାନ-୩ର ଭୂକମ୍ପ ସଙ୍କେତକ ଉପକରଣରୁ ପ୍ରାପ୍ତ ତଥ୍ୟର ବିଶ୍ଳେଷଣ କରିଛି, ଯେଉଁଥିରେ ଏହି ତଥ୍ୟ ସାମ୍ନାକୁ ଆସିଛି ।
ପତ୍ରିକା ଇକାରସରେ ପ୍ରକାଶିତ ଅଧ୍ୟୟନ ରିପୋର୍ଟରେ ଚନ୍ଦ୍ରର ଭୂକମ୍ପ ଗତିବିଧି ଉପକରଣ ଦ୍ୱାରା ମିଳିଥିବା ୧୯୦ ଘଣ୍ଟାର ତଥ୍ୟର ବିଶ୍ଳେଷଣ କରାଯାଇଛି । ଇଲସା ସେହ ପାଞ୍ଚ ପ୍ରମୁଖ ବୈଜ୍ଞାନିକ ଉପକରଣ ମଧ୍ୟରୁ ଏକ ଯାହା ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ସହ ଚନ୍ଦ୍ର ଅଭିଯାନରେ ଯାତ୍ରା କରିଥିଲା । ଗବେଷକଙ୍କ ଅନୁଯାୟୀ, ତଥ୍ୟକୁ ଅଧିକ ବିଶ୍ଳେଷଣ କରାଯିବାର ଆବଶ୍ୟକତା ରହିଛି ।
ଇସ୍ରୋ କହିଛି, ଭୂକମ୍ଫର ସନ୍ଧାନ କରୁଥିବା ଇଲସାକୁ ୨୦୨୩ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ସଞ୍ଚାଳିତ କରାଗଲା । ଏହା ପରେ ଏହାକୁ ବନ୍ଦ କରି ଦିଆଗଲା । ଏହା ପରେ ଲ୍ୟାଣ୍ଡରକୁ ପ୍ରାରମ୍ଭିକ ପଏଣ୍ଟରୁ ପାଖାପାଖି ୫୦ ସେଣ୍ଟିମିଟର ଦୂର ଏକ ନୂତନ ପଏଣ୍ଟରେ ସ୍ଥାନାନ୍ତର କରି ଦିଆଗଲା । ଇଲସା ଚନ୍ଦ୍ର ପୃଷ୍ଠରେ ପାଖାପାଖି ୨୧୮ ଘଣ୍ଟା କାମ କରିଛି, ଯେଉଁଥିରେ ୧୯୦ ଘଣ୍ଟାର ତଥ୍ୟ ଉପଲବ୍ଧ ରହିଛି ।
ଅଧ୍ୟୟନରେ ୨୫୦ରୁ ଅଧିକ ବିଶେଷ ସଙ୍କେତର ଚିହ୍ନଟ କରାଯାଇଛି, ଯେଉଁଥିରେ ପାଖାପାଖି ୨୦୦ ସଙ୍କେତ ରୋଭର ଭୌତିକ ଗତିବିଧି କିମ୍ବା ବୈଜ୍ଞାନିକ ଉପକରଣ ସଞ୍ଚାଳିତ ଗତିବିଧି ସହ ସମ୍ବନ୍ଧିତ ରହିଛି ।