ଦିଲ୍ଲୀର ପାଣିପାଗ ବଦଳିବା ଯୋଗୁ ୧୬ ଟି ବିମାନର ଗତିପଥ ବଦଳିଛି । ଗତକାଲି ସନ୍ଧ୍ୟାରେ ଭାରତର ରାଜଧାନୀ ଦିଲ୍ଲୀରେ ଘଡଘଡି ସହ କୁଆପଥର ବର୍ଷ ହୋଇଥିଲା । ଏଭଳି ଖରାପ ପାଣିପାଗ ହେବାରୁ ଦିଲ୍ଲୀକୁ ଆସୁଥିବା ୧୬ ଟି ବିମାନର ଗତିପଥ ବଦଳାଯାଇଥିଲା । ପ୍ରତିକୂଳ ପାଣିପାଗ ପରିସ୍ଥିତି ଯୋଗୁଁ ବିମାନ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଯାହା ଦୃଶ୍ୟମାନତାକୁ ପ୍ରଭାବିତ କରିବରୁ ସୁରକ୍ଷା ଚିନ୍ତା ସୃଷ୍ଟି ହୋଇଥିଲା ।
ଗତିପଥ ବଦଳିଥିବା ବିମାନ ଗୁଡିକ ରାଜଧାନୀ ଦିଲ୍ଲୀ ବଦଳରେ ରାଜସ୍ଥାନର ଜୟପୁର, ଲକ୍ଷ୍ନୌ, ଅହମ୍ମଦାବାଦ ଓ ଅମୃତସରରେ ଅବତରଣ କରାଯାଇଥିଲା । ସେଥିମଧ୍ୟରୁ ୧୦ଟି ବିମାନ ଜୟପୁରରେ ଅବତରଣ କରିଥିବା ବେଳେ ତିନୋଟି ଲକ୍ଷ୍ନୌରେ, ଗୋଟିଏ ଅହମ୍ମଦାବାଦ ଏବଂ ଦୁଇଟି ଅମୃତସରକୁ ଡାଇଭର୍ଟ ହୋଇଥିଲା । ପୂର୍ବରୁ ଅକ୍ଟୋବର ମାସରେ ପାଣିପାଗର ଏଭଳି ସ୍ଥିତି ହୋଇଥିବାରୁ ୧୩ ବିମାନର ଗତିପଥ ପରିବର୍ତ୍ତନ କରାଯାଇଥିଲା । ସେହିପରି ଗତକାଲି ଦିଲ୍ଲୀରେ ପାଣିପାଗର ପ୍ରତିକୂଳ ପରିସ୍ଥିତି ପାଇଁ ବିମାନ ଗୁଡିକର ଗତିପଥ ବଦଳାଯାଇଥିଲା ।
ଅଧିକ ପଢନ୍ତୁ :ଗୁଜୁରାଟରେ ତାଣ୍ଡବ ରଚାଉଛି ପ୍ରକୃତି