ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛି ସାରା ଦେଶ । ଆଉ ହନ୍ତସନ୍ତ ହେଉଛନ୍ତି ରାଜଧାନୀବାସୀ । ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୪୯ ଡିଗ୍ରୀ ପାର କରିଲାଣି । ଦିଲ୍ଲୀର ଅଧିକାଂଶ ସ୍ଥାନରେ ଗତ ମେ ୨୭ ତାରିଖରେ ତାପମାତ୍ରା ୪୮ଡିଗ୍ରୀ ଛୁଇଁଥିଲା । ରାଜଧାନୀ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ଗତ ରବିବାର ରେକର୍ଡ କରାଯାଇଥିଲା ।
ସବୁବେଳେ ରାଜଧାନୀରେ ତାପମାତ୍ରା ସାଧାରଣ ତାପମାତ୍ରା ଠାରୁ ଆଠ ଡିଗ୍ରୀ ଅଧିକା ରହିଛି । ଆହୁରି ମଧ୍ୟ ରାଜଧାନୀରେ ଅସହ୍ୟ ତାତି ଅନୁଭୂତ ହେବ ବୋଲି ସୂଚନା ରହଛି । ଆଗାମୀ କିଛି ଦିନ ପାଇଁ ରାଜଧାନୀର ପାଗ ମଧ୍ୟ ଅପରିବର୍ତ୍ତିତ ରହିବ । ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ୨୭.୬ ଡିଗ୍ରୀ ହୋଇଥିବାବେଳେ ୪୮.୮ଡିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା । ରାଜ୍ୟରେ ଏତେ ତାପମାତ୍ରା ବୃଦ୍ଧି ଫଳରେ ଲୋକେ ଘରୁ ବାହାରିବା ପାଇଁ ମଧ୍ୟ ଭୟ କରୁଛନ୍ତି ।
ଆଗକୁ ପଢ଼ନ୍ତୁ : ପ୍ରବଳ ଖରାରେ ଜଳୁଛି ପାକିସ୍ତାନ: ଆକାଶରୁ ଖସୁଛି ଅଗ୍ନି ବର୍ଷା, ଭାରତରେ ମଧ୍ୟ ଅସମ୍ଭାଳ ତାତି