ଏଥର ଗଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢରେ ଶୋଭା ପାଇବ କୋଭିଡ୍ ଟୀକା ଓ ଅଯୋଧ୍ୟା ରାମ ମନ୍ଦିର
Khabar Odisha:Covid-Vaccine-and-Ayodhya-Ram-Temple-will-be-shown-in-Republic-Day-proclamation-this-time

ନୂଆଦିଲ୍ଲୀ, ଜାନୁଆରୀ ୨୩ (ଖବର ଓଡ଼ିଶା) : କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ଗଣତନ୍ତ୍ର ଦିବସ ପାଳନ ହେବାକୁ ଯାଉଛି ଏଥିପାଇଁ ବ୍ୟାପକ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ହୋଇ ସାରିଲାଣି । 

ଗତ ବର୍ଷ ଅନେକ ବଡ ବଡ ଘଟଣା ଘଟିଥିବାରୁ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢ ଉପରେ ସମସ୍ତଙ୍କ ନଜର ରହିଥିଲା । ଗତ ବର୍ଷ ରାଫେଲ୍ ଭାରତୀୟ ସେନା ବାହିନୀରେ ଯୋଗ ଦେଇଥିଲା, କରୋନା ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଥିଲା ଓ ବହୁ ଚର୍ଚ୍ଚିତ ରାମ ଜନ୍ମ ଭୂମିରେ ରାମ ମନ୍ଦିର ନିର୍ମାଣ ପାଇଁ ରାୟ ଆସିଥିଲା । 

ଏସବୁ କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଗଣତନ୍ତ୍ର ଦିବସରେ କୋଭିଡ୍ ଟୀକା ଓ ଅଯୋଧ୍ୟା ରାମ ମନ୍ଦିର ର ପ୍ରଜ୍ଞାପନ ମେଢ ଶୋଭା ପାଇବାକୁ ଯାଉଛି । ରାଜଧାନୀ ରାଜ ରାସ୍ତାରେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣର ସମସ୍ତ ଘଟଣାକ୍ରମ ସହିତ କରୋନା ଟୀକାର ସମସ୍ତ ପ୍ରକ୍ରିୟାକୁ ପ୍ରଦର୍ଶିତ କରାଯିବ ।

ତେବେ ଚଳିତ ବର୍ଷ ୧୮ ଟି ପ୍ରଜ୍ଞାପନ ମେଢ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀ ରାଜ ରାସ୍ତାରେ ଶୋଭା ପାଇବ ।

  • Tags:

Subscribe

National International State Sports Entertainment