୨୦୨୨ ତୃତୀୟ ଭାଗରେ ଚନ୍ଦ୍ରଯାନ-୩ ଅଭିଯାନ ଆରମ୍ଭ କରିବ ଇସ୍ରୋ,କରୋନା ପ୍ରଭାବରେ ପ୍ରସ୍ତୁତିରେ ହେଉଛି ବିଳମ୍ବ ,ଲୋକସଭାରେ ସୂଚନା ଦେଲେ କେନ୍ଦ୍ର ସରକାର
Khabar Odisha:Chandrayaan-3-to-be-launched-in-third-quarter-of-2022-Govt

ନୁଆଦିଲ୍ଲୀ, ଜୁଲାଇ ୨୮(ଖବର ଓଡ଼ିଶା): ଭାରତର ଚନ୍ଦ୍ରଯାନ-୩ ମିଶନକୁ ଆସନ୍ତା ବର୍ଷ ତୃତୀୟ ତ୍ରୟ ମାସିକରେ ଆରମ୍ଭ କରିବାର ସମ୍ଭାବନା ରହିଛି। କରୋନା ମହାମରୀ ଦ୍ୱାରା ପ୍ରଭାବିତ ଏହି ମିଶନର କାର୍ଯ୍ୟ ପ୍ରବାହକୁ ଦୃଷ୍ଟିରେ ରଖି ଚନ୍ଦ୍ରାୟନ -୩ ୨୦୨୨ ଶେଷ ଭାଗକୁ ଲଞ୍ଚ ହେବାର ସମ୍ଭାବନା ରହିଛି ବୋଲି ମହାକାଶ ବିଭାଗର ରାଜ୍ୟ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ସଂସଦରେ ଏକ ଲିଖିତ ଉତ୍ତର ଦେଇଛନ୍ତି।

ତେବେ ସେପ୍ଟେମ୍ବର ୨୦୧୯ ରେ ଲକ୍ଷ୍ୟଠାରୁ ମାତ୍ର ୨.୧ କିଲୋମିଟର ଦୂରରେ ଥିବା ଚନ୍ଦ୍ରାୟନ-୨ ମିଶନରେ ବିକ୍ରମ ଲ୍ୟାଣ୍ଡର ଦୁର୍ଘଟଣାଗ୍ରସ୍ତ ହେବାର କିଛି ମାସ ପରେ ତୃତୀୟ ମିଶନ ଘୋଷଣା କରାଯାଇଥିଲା। ଏହି ମିଶନ୍ ପ୍ରାରମ୍ଭରେ ୨୦୨୦ ଶେଷ କିମ୍ବା ୨୦୨୧ ପ୍ରାରମ୍ଭ ପାଇଁ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ କରୋନା ମହାମାରୀ କାର୍ଯ୍ୟସୂଚିକୁ ପ୍ରଭାବିତ କରିଥିଲା ।

ତେବେ ମନ୍ତ୍ରୀ ଦେଇଥିବା ସୂଚନା ମୁତାବକ ‘ଫାଇନାଲାଇଜେସନ୍ ଅଫ୍ କନ୍‌ଫ୍ୟୁଗୁରେସନ୍’, ‘ସବ୍‌ସିଷ୍ଟମସ୍ ରିଆଲାଇଜେସନ୍‌’, ‘ଇଣ୍ଟିଗ୍ରେସନ୍‌’, ‘ସ୍ପେସ୍‌କ୍ରାଫ୍ଟ୍ ଲେବଲ୍’ ମହାକାଶଯାନ ସ୍ତରର ବିସ୍ତୃତ ପରୀକ୍ଷଣ ଏବଂ ପୃଥିବୀରେ ସିଷ୍ଟମ୍ କାର‌୍ୟ୍ୟଦକ୍ଷତାକୁ ଆକଳନ କରିବା ପାଇଁ ଅନେକ ସ୍ୱତନ୍ତ୍ର ପରୀକ୍ଷା କରାଯାଇଥିାଏ । କରୋନା ମହାମାରୀ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥିଲା ବୋଲି ଲୋକସଭାରେ ଉତ୍ତର ଦେଇଛନ୍ତି ।

  • Tags:

Subscribe

National International State Sports Entertainment