ସାମ୍ନାକୁ ଆସିଛି ଏକ ବଡ ଘଟଣା ଟ୍ରେନ ଭିତରେ ଜଣେ ଯାତ୍ରୀଙ୍କୁ ସାପ କାମୁଡି ଗୁରୁତର କରାଇଛନ୍ତି । ତେବେ ଯଦି ଆପଣ ଦୂରସ୍ଥାନକୁ ଯାତ୍ରା କରୁଛନ୍ତି ତେବେ ସତର୍କତାର ସହିତ ଯାତ୍ରା କରନ୍ତୁ ନହଁଲେ ଏହି ଭଳି ଘଟଣା ଆପଣମାନଙ୍କ ସହିତ ହେବାର ସମ୍ଭାବନା ଅଛି । ତେବେ ଟ୍ରେନରେ ବସିବା ପୂର୍ବରୁ ଟେକେ ସତର୍କ ହେବା ଜରୁରୀ। କାରଣ କେରଳରେ ଏକ ଚଳନ୍ତା ଟ୍ରେନରେ ଜଣେ ଯାତ୍ରୀଙ୍କୁ ସାପ କାମୁଡିବା ଘଟଣା ସାମ୍ନାକୁ ଆସିଛି। ତୁରନ୍ତ ଟ୍ରେନକୁ ଅଟକାଯାଇ ଯାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣା କେରଳର କୋଟାୟାମରେ ଘଟିଛି। ଗୁରୁବାୟୁର ପ୍ୟାସେଞ୍ଜର ଟ୍ରେନ ମଦୁରାଇ ଏବଂ ଗୁରୁବାୟୁର ମଧ୍ୟରେ ଚଳାଚଳ କରିଥାଏ। ଦକ୍ଷିଣ ରେଳର ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି ଯେ ମଦୁରାଇରୁ ଗୁରୁବାୟୁର ପର୍ଯ୍ୟନ୍ତ ପ୍ୟାସେଞ୍ଜର ଟ୍ରେନଟି ଚଳାଚଳ କରିବା ବେଳେ ଇଟ୍ଟୁମାନୁର ରେଳଷ୍ଟେସନ ନିକଟରେ ସଂରକ୍ଷିତ କୋଚରେ ବସିଥିବା ଜଣେ ବ୍ୟକ୍ତି ହଠାତ୍ ତାଙ୍କ ଦେହରେ କିଛି ପିନ୍ ଫୋଡି ହେବା ଭଳି ଅନୁଭବ କରିଥିଲେ। ସିଟରୁ ଠିଆ ହୋଇ ଦେଖିଥିଲେ ହେଲେ କିଛି ପାଇନଥିଲେ। ପରେ ଶରୀରରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏହାପରେ ତାଙ୍କୁ ସାପ କାମୁଡିଥିବା ପାଖରେ ବସିଥିବା ଜଣେ ଯାତ୍ରୀ କହିଥିଲେ। ପରେ କୋଚରେ ଉତ୍ତେଜନା ଦେଖା ଦେଇଥିଲା। ଇଟ୍ଟୁମାନୁର ଷ୍ଟେସନରେ ଟ୍ରେନିଟି ଅଟକାଇ ତୁରନ୍ତ ଯାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ବିଷୟରେ ଟିଟି ଓ ଷ୍ଟେସନ ମାଷ୍ଟରଙ୍କୁ ଅବଗତ କରାଯାଇ ପୁରା କୋଚରେ ତନତନ ଯାଞ୍ଚ ହୋଇଥିଲା। ହେଲେ କୌଣସି ପ୍ରକାରେ ସାପ ମିଳିନଥିଲା। ସୂଚନା ଅନୁସାରେ ମେଡିକାଲରେ ଚିକିତ୍ସା ପରେ ଯାତ୍ରୀ ଜଣଙ୍କ ସୁସ୍ଥ ହୋଇଥିଲେ। ପରେ ଡିସଚାର୍ଜ ହୋଇ ଘରକୁ ଯାଇଥିବା ଜଣାପଡିଛି। ରେଳବାଇ କହିଛି ଯେ ଯାତ୍ରୀଙ୍କୁ ସାପ କାମୁଡିବାର ସାଧାରଣ ଲକ୍ଷଣ ମଧ୍ୟ ଦେଖାଯାଇନଥିଲା। କିଛି କୀଟପତଙ୍ଗ କିମ୍ବା ମୂଷା କାମୁଡି ଥାଇପାରେ।
ଅଧିକା ପଢନ୍ତୁ:ଜଳମଗ୍ନ ଦୁବାଇ