ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଜଳମଗ୍ନ ହୋଇପଡିଛି ଦୁବାଇ । ଦୁବାଇର ରାସ୍ତା ଠାରୁ ଆରମ୍ଭ କରି ବିମାନବନ୍ଦର ପର୍ଯ୍ୟନ୍ତ ସବୁଠି ଜଳର ସୁଅ । ଯାହାଫଳରେ ଲୋକଙ୍କ ଜୀବନ ବଞ୍ଚିବା କଷ୍ଟକର ହେବା ସହିତ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଦୁବାଇରେ ବର୍ଷାରୁ ବନ୍ୟା ସ୍ଥିତି ଉପୁଜିଛି । ପ୍ରବଳ ବର୍ଷା ପାଇଁ ଦୁବାଇର ବିମାନବନ୍ଦରରେ ସମସ୍ତ ବିମାନ ଚଳାଚଳକୁ ବାତିଲ କରାଯାଇଛି । ବର୍ଷା ପାଇଁ ଦୁବାଇରେ ସମସ୍ତ ସ୍କୁଲ ବନ୍ଦ କରାଯାଇଛି ।
ସରକାରୀ ଓ ବେସରକାରୀ କର୍ମଚାରୀମାନେ ଘରେ ରହି କାର୍ଯ୍ୟାଳୟ କାମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୁବାଇରେ ଲୋକଙ୍କ ଘରେ ପାଣି ପଶିଯାଇଛି । ଦୁବାଇର ରାସ୍ତାରେ ଜଳ ନିଷ୍କାସନ କରିବା ପାଇଁ ବିଭିନ୍ନ ଟିମ ନିୟୋଜିତ ହୋଇଛନ୍ତି । ଦୁବାଇରେ ପ୍ରକୃତି ତାର ତାଣ୍ଡବ ରଚୁଛି । ବର୍ଷା ପରେ ଏବେ ବନ୍ୟା ସ୍ଥିତି ଉପୁଜିଲାଣି । ରାସ୍ତାରେ ଭାସୁଛି ଯାନବାହନ ଓ ଲହଡି ଭାଙ୍ଗୁଛି ବନ୍ୟା ପାଣି ।
ଆଗକୁ ପଢ଼ନ୍ତୁ : ଝେଲମ ନଦୀରେ ବୁଡ଼ିଲା ଯାତ୍ରୀବାହୀ ଡଙ୍ଗା : ୪ ମୃତ