ଆଜିଠୁ ଦେଶରେ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ମତଦାନ ପ୍ରକ୍ରିୟା ମଧ୍ୟରେ ସାମ୍ନାକୁ ଆସିଛି ଏକ ହିଂସାତ୍ମକ କାର୍ଯ୍ୟ । ମତଦାନ ସମୟରେ ଛତିଶଗଡରେ IED ବିସ୍ପୋରଣରେ ଜଣେ ଯବାନ ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଆଜି ଛତିଶଗଡ଼ର ବିଭିନ୍ନ ଜିଲ୍ଲାରେ ଅନେକ ମତଦାନ କେନ୍ଦ୍ରରେ ଭୋଟରମାନେ ଭୋଟ ଦେଉଥିଲେ । ମତଦାନକୁ ସୁଚାର ରୂପେ ସମ୍ପାଦନ କରିବା ପାଇଁ ମତଦାନ କେନ୍ଦ୍ରରେ ସିଆରପିଏଫ ଯବାନମାନଙ୍କୁ ମୁତୟନ କରାଯାଇଥିଲା । କିନ୍ତୁ ମତଦାନ ସମୟରେ ଘଟିଲା ଅଘଟଣ । ମତଦାନ ସମୟରେ IED ବିସ୍ପୋରଣରେ ଜଣେ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଆଗକୁ ପଢ଼ନ୍ତୁ : ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ : ଭୋଟ ଦେଉଛନ୍ତି ଜନତା