ରାଜ୍ୟ ରାଜନୀତିରେ ଏବେ ସବୁଠୁ ଚର୍ଚ୍ଚିତ ଆସନ ହେଉଛି ସମ୍ବଲପୁର ଲୋକସଭା ଆସନ । ଏହି ଆସନରେ ଲଢେଇ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଆସନ ପାଇଁ ବିଜେପି ପକ୍ଷରୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପକ୍ଷରୁ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ମା ସମଲେଶ୍ଵରୀଙ୍କ ମନ୍ଦିର ଠାରେ ପ୍ରଥମେ ପୂଜାର୍ଚ୍ଚନା କରି ମାଙ୍କ ଠାରୁ ଆଶିର୍ବାଦ ନେବା ପରେ ଏକ ବିଶାଳ ପଟୁଆରରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।
ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରେଙ୍ଗାଲି ବିଧାନସଭା ପାଇଁ ବିଜେପି ପ୍ରାର୍ଥୀ ନାଉରୀ ନାଏକ ମଧ୍ୟ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସମ୍ବଲପୁର ସମଲେଶ୍ଵରୀ ମନ୍ଦିର ଠାରୁ ଶୋଭାଯାତ୍ରା ଆରମ୍ଭ ହୋଇ ରାମଜୀ ମନ୍ଦିର, ବାଲିବନ୍ଧା,କୁଞ୍ଜେଲପଡା ଛକ, ଝାଡୁଆପଡାର, ନନ୍ଦପଡା,ଦଲେଇପଡା ଓ ମ୍ୟୁନିସିପାଲଟି ଛକଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ଥିବା ବେଳେ ସାରା ସହର ଲୋକାରଣ୍ୟ ହୋଇ ଉଠିଥିଲା । ଏହି ନାମାଙ୍କନ ପତ୍ର ଦାଖଲ ଶୋଭାଯାତ୍ରା ରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ସାଂସ୍କୃତିକ ଦଳ ମଧ୍ୟ ସାମିଲ ହୋଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ଲୋକସଭା ଆସନ ପାଇଁ ନିଜର ନାମାଙ୍କନ ଦାଖଲ କରିଥିଲେ । ଏଥିସହ ରେଙ୍ଗାଲି ବିଧାନସଭା ପାଇଁ ନାଉରି ନାଏକ ମଧ୍ୟ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।
ଆଜି ନାମାଙ୍କନ ପତ୍ର ଦାଖଲ ଶୋଭାଯାତ୍ରାରେ ସମ୍ବଲପୁର ବିଧାନସଭା ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର, ରେଢ଼ାଖୋଲ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କ ସମେତ ସମସ୍ତ ୭ ବିଧାନସଭା ପ୍ରାର୍ଥୀ ଓ ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାର ସଭାପତି ମାନେ ଉପସ୍ଥିତ ଥିଲେ।
ଅଧିକ ପଢନ୍ତୁ:- କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନୋମିନେସନ ଭରିଲେ ନବୀନ