ଶିମଲା: ଲୋକସଭା ନିର୍ବାଚନର ୪ଟି ପର୍ଯ୍ୟାୟରେ ମତଦାନ ପୂରା ହୋଇସାରିଛି । ବାକି ୩ଟି ପର୍ଯ୍ୟାୟର ମତଦାନ ପାଇଁ ପ୍ରଚାର ଅଭିଯାନ ଜୋରଦାର ଚାଲିଛି । ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ଷ୍ଟାର ପ୍ରଚାରକ ଓ ନେତାମାନେ ଭୋଟ ମାଗିବାକୁ ଘରକୁ ଘର ପହଞ୍ଚୁଛନ୍ତି । ଏହାରି ମଧ୍ୟରେ ହିମାଚଳ ପ୍ରଦେଶର ଏଭଳି ଏକ ଗାଁ ରହିଛି, ଯେଉଁଠି ଆଜି ପର୍ଯ୍ୟନ୍ତ କୌଣସି ନେତା ଭୋଟ ମାଗିବାକୁ ପହଞ୍ଚି ନାହାନ୍ତି । ଏହି ଗାଁ ହେଉଛି ହିମାଚଳ ପ୍ରଦେଶର ବୈଜନାଥ ଅଧୀନ ଭଙ୍ଗାଲ ।
ଭଙ୍ଗାଲ ଗାଁରେ ରହୁଥିବା ୧୫୯ ମତାଦାତାଙ୍କ ପାଇଁ ହେଲିକପ୍ଟରରେ ଇଭିଏମ୍ ପଠାଯାଇଛି । ବୈଜନାଥର ଅତି ଦୁର୍ଗମ ଅଞ୍ଚଳ ଭଙ୍ଗାଲରେ ଆଜି ପର୍ଯ୍ୟନ୍ତ ନେତା ନିର୍ବାଚନ ପ୍ରଚାର କରିବା ଓ ଭୋଟ୍ ମାଗିବାକୁ ଯାଇ ନାହାନ୍ତି । ଏହାର କାରଣ ହେଲା ହେଉଛି ଦୁର୍ଗମ ଗ୍ରାମ । ଏହି ଗ୍ରାମକୁ ପଦରେ ଚାଲିଚାଲି ଗଲେ ୩ରୁ ୪ ଦିନ ଲାଗିଥାଏ ।
୨୦୧୧ ମସିହାରେ ଭଂଗାଲ ପଂଚାୟତରେ ପ୍ରଥମ ଥର ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୁମାଲ ହେଲିକପ୍ଟରରେ ପହଞ୍ଚି ଥିଲେ ଏବଂ ଲୋକଙ୍କୁ ସମ୍ବୋଧିତ କରିଥିଲେ । ଏହା ପରେ ୨୦୧୮ରେ ପ୍ରଥମ ଥର ତତ୍କାଳୀନ ବୈଜନାଥ ମୁଲ୍ଖ ରାଜପ୍ରେମୀ ହେଲିକପ୍ଟର ମାଧ୍ୟମରେ ଭଂଗାଲ ଗସ୍ତ କରିଥିଲେ । ମାତ୍ର ଏଠାକୁ ପ୍ରଚାର କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ନେତା ପହଞ୍ଚି ନାହାନ୍ତି ।
ହିମାଚଳ ପ୍ରଦେଶର କାଂଗଡ଼ା ଜିଲ୍ଲାର ସବୁଠାରୁ ଦୁର୍ଗମ ପଂଚାୟତ ହେଉଛି ଭଂଗାଲରେ ୧୫୯ ମତଦାତା ଅଛନ୍ତି । ଲୋକସଭା ନିର୍ବାଚନରେ ମତଦାନର ସୁବିଧା କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରଥମ ପୋଲିଂ ପାର୍ଟି ପଠାଇଛି । ପ୍ରଶାସନ ତରଫରୁ ନିର୍ବାଚନ ପାଇଁ ପ୍ରସ୍ତୁତି କରାଯାଇଛି । ଏଠାରେ ଆସନ୍ତା ଜୁନ ୧ ତାରିଖରେ ମତଦାନ ହେବ । ଏହି ଗାଁ ଶୀତଦିନରେ ଅନ୍ୟ ଗ୍ରାମରୁ ବିଚ୍ଛିନ୍ନ ହୋଇଯାଇଥାଏ । ସୂଚନାଯୋଗ୍ୟ ହିମାଚଳ ପ୍ରଦେଶରେ ୪ଟି ଲୋକସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେବ ।