ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଅବସରରେ ମଙ୍ଗଳବାର ଦିନସାରା ଜିଲାପିକୁ ନେଇ ଦେଶରେ ବହୁତ ଚର୍ଚ୍ଚା ହୋଇଛି। ବିଜୟର ହ୍ୟାଟ୍ରିକ୍ ଉପରେ ବିଜେପି ସାରା ଦେଶରେ ଜିଲାପି ବଣ୍ଟନ କରିଛି। କେବଳ ଏତିକି ନୁହେଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବାସଭବନକୁ ବିଜେପି ଏକ କିଲୋ ଜିଲାପି ପଠାଇଛି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବିଜେପି ହରିୟାଣା ପକ୍ଷରୁ କୁହାଯାଇଛି ଯେ ସମସ୍ତ ଦଳୀୟ କର୍ମୀଙ୍କ ତରଫରୁ ରାହୁଲ ଗାନ୍ଧୀଙ୍କ ଘରକୁ ଏକ କିଲୋ ବିକାନେରୱାଲା ଜିଲାପି ପଠାଯାଇଛି।
ସୂଚନାଯୋଗ୍ୟ, ହରିୟାଣା ନିର୍ବାଚନରେ ରାହୁଲ ଗାନ୍ଧୀ ପ୍ରଥମେ ଜିଲାପି କଥା ଉଲ୍ଲେଖ କରିଥିଲେ। କଂଗ୍ରେସ ସାଂସଦ ଦୀପେନ୍ଦ୍ର ସିଂହ ହୁଡା ଗୋହାନା ରାଲିର ମଞ୍ଚରେ ରାହୁଲ ଗାନ୍ଧୀଙ୍କୁ ମାତୁରାମ ଜିଲାପି ପ୍ରଦାନ କରିଥିଲେ। ରାହୁଲ ଏହାର ସ୍ୱାଦକୁ ପ୍ରଶଂସା କରିବା ସହ ରପ୍ତାନି ଉପରେ ମଧ୍ୟ ଆଲୋଚନା କରିଥିଲେ। ମଞ୍ଚରେ ମାତୁରାମଙ୍କ ଜିଲାପିକୁ ପ୍ରଶଂସା କରି ରାହୁଲ ଗାନ୍ଧୀ ରୋଜଗାର ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଥିଲେ। ପ୍ରିୟଙ୍କାଙ୍କୁ ଜିଲାପି ଭଲ ଲାଗେ। ଏହାକୁ ଖାଇବା ପରେ ମୁଁ ତାଙ୍କୁ ମେସେଜ୍ କରିଥିଲି। ଆଜି ମୁଁ ମୋ ଜୀବନର ଶ୍ରେଷ୍ଠ ଜିଲାପି ଖାଇଛି। ମୁଁ ତୁମକୁ ମଧ୍ୟ ଏକ ଡବା ଜିଲାପି ଦେବି।
ରାହୁଲ ଗାନ୍ଧୀ କହିଥିଲେ, ଏହି ଜିଲାପି ହେଉଛି ହରିୟାଣାର ଜଣେ ବ୍ୟକ୍ତିଙ୍କ ରକ୍ତ ଓ ଝାଳ। ଏହି ଜିଲାପି ସମଗ୍ର ଭାରତକୁ ଯିବା ଉଚିତ୍। ଏହାକୁ ଅନ୍ୟ ଦେଶ ଆମେରିକା, ଜାପାନକୁ ମଧ୍ୟ ବିଭିନ୍ନ ରୂପରେ ପଠାଯିବା ଉଚିତ।
ଜିଲାପି କଥା ଏତିକିରେ ଅଟକି ନାହିଁ। ମଙ୍ଗଳବାର (ଅକ୍ଟୋବର ୦୮) ସକାଳେ ଯେତେବେଳେ ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ଟ୍ରେଣ୍ଡ ଆସୁଥିଲା, ହରିୟାଣା କଂଗ୍ରେସ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟରେ ଲେଖିଥିଲା, "ରାମ-ରାମ ହରିୟାଣା। ଜିଲାପି ଦିବସର ଶୁଭେଚ୍ଛା। କିନ୍ତୁ କଂଗ୍ରେସର ଏହି ଅଳ୍ପ ସମୟ ପାଇଁ ରହିଥିଲା। କାରଣ ସମୟ କ୍ରମେ ଫଳାଫଳ ବଦଳିବାରେ ଲାଗିଲା। ଶେଷରେ ବିଜେପି ନିର୍ବାଚନରେ ବିଜୟର ହ୍ୟାଟ୍ରିକ୍ କରିଛି। ବିଜୟ ଉତ୍ସବ ପାଳନ ପାଇଁ ସାରା ଦେଶରେ ବିଜେପି ନେତାମାନେ ଜିଲାପି ବଣ୍ଟନ କରିଛନ୍ତି। କଂଗ୍ରେସର ଟୁଇଟ୍ର ଜବାବ ଦେଇ ବିଜେପି ହରିୟାଣା ଲେଖିଛି, ରାମ-ରାମ ହରିୟାଣା। ମାତୁରାମ ଜୀ (ଗୋହାନାୱାଲେ) ବିଜେପି ତୃତୀୟ ଥର ପାଇଁ ଆସିଥିବାରୁ ଆପଣଙ୍କ ଜିଲାପି, କଢ଼େଇ, ଦୋକାନ ଓ ଘିଅ ସବୁ ସୁରକ୍ଷିତ ଅଛି।
ଅଧିକ ପଢ଼ନ୍ତୁ: ପରାଜୟ ପରେ 'ପ୍ରିୟଜନଙ୍କ' ଆକ୍ରମଣର ଶିକାର ହେଲା କଂଗ୍ରେସ