ଚିର ନିଦ୍ରାରେ ବଲିଉଡ ଚଳଚ୍ଚିତ୍ର ନିର୍ମାତା ହରିଶ ଶାହ
Khabar Odisha:Bollywood-filmmaker-Harish-Shah-death
ମୁମ୍ୱାଇ, ଜୁଲାଇ ୦୭ (ଖବର ଓଡ଼ିଶା):

ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ହରିଶ ଶାହଙ୍କ ନିଧନ । ଆଜି ସକାଳ 6ଟାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି । ହରିଶ ଶାହ ବଲିଉଡର ଜଣେ ମାନ୍ୟଗଣ୍ୟ ଫିଲ୍ମ ନିର୍ମାତା ଥିଲେ । ବଲିଉଡ ଦର୍ଶକଙ୍କ ପାଇଁ ସେ ଅନେକ ହିଟ ଚଳଚ୍ଚିତ୍ର ଭେଟି ଦେଇଛନ୍ତି । କାଲା ସେନା, ମେରେ ଜୀବନ ସାଥୀ, ରାମ ତେରେ କିତନେ ନାମ, ଧନ ଦୌଲତ, ଜଲଜଲା, ଜାଲ-ଦ ଟ୍ରାପ ଭଳି ବହୁ ସଫଳ ଫିଲ୍ମ ନିର୍ମାଣ କରିଥିଲେ ହରିଶ ଶାହ । 

ହରିଶ କ୍ୟାନସରକୁ ନେଇ ଆଧାରିତ ଏକ ଫିଲ୍ମ ହ୍ଵାଇ ମି ପ୍ରଡ୍ୟୁସ୍ କରିଥିଲେ । ଏହି ଫିଲ୍ମ ରାଷ୍ଟ୍ରପତି ପୁରଷ୍କାର ପାଇଥିଲା । ଫିଲ୍ମ ଇଣ୍ଡଷ୍ଟ୍ରୀରେ ତାଙ୍କର 40 ବର୍ଷର ଲମ୍ୱା ଇଂନିସ ମଧ୍ୟରେ ସେ ଅନେକ ସଫଳ ଚଳଚ୍ଚିତ୍ରରେ ନିଜ ପାରିଦର୍ଶିତା ପ୍ରଦର୍ଶନ କରିଛନ୍ତି ।

  • Tags:

Subscribe

National International State Sports Entertainment