ସାରା ବିଶ୍ଵ ଦେଖିଛି ଭାରତର ସାମରିକ ଶକ୍ତି । ରାଜସ୍ଥାନର ପୋଖରାନରେ ଭାରତ ତାର ନିଜସ୍ୱ ସାମରିକ ଶକ୍ତିକୁ ପ୍ରଦର୍ଶନ କରିଛି । ମଙ୍ଗଳବାର ଭାରତର ଜଳ, ସ୍ଥଳ ଏବଂ ବାୟୁସେନାର ମିଳିତ ସ୍ତରରେ ଏକ ବଡ଼ ସମରାଭ୍ୟାସ ହୋଇଛି । ତିନି ସେନାର ସ୍ୱଦେଶୀ ଯୁଦ୍ଧାସ୍ତ୍ରକୁ ନେଇ ପ୍ରଦର୍ଶିତ ହୋଇଛି ‘ଭାରତ ଶକ୍ତି’। ସେନାରେ ସାମିଲ ହେଉଥିବା ଅସ୍ତ୍ରଶସ୍ତ୍ର, ସ୍ୱଦେଶୀ ହତିଆରର କ୍ଷମତା ତଥା ଶକ୍ତି ପ୍ରଦର୍ଶନ ପାଇଁ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ । ଭାରତୀୟ ସେନାର ଏହି ସମରାଭ୍ୟାସକୁ ‘ଭାରତ ଶକ୍ତି’ ନାମ ଦିଆଯାଇଛି ।
ଏହି ସମରାଭ୍ୟାସ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନ୍ୟାନ୍ୟ ବିଭାଗର ମୁଖ୍ୟମାନେ ଉପସ୍ଥିତ ରହିଥିଲେ । ଭାରତର ତିନି ସେନାର ଶକ୍ତି ଯଥା - ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଭାରତୀୟ ସେନାରେ ଶକ୍ତି ତଥା ଆତ୍ମବିଶ୍ୱାସକୁ ଉଚ୍ଚ ସ୍ତରରେ ପହଞ୍ଚାଇବାରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
ଏହି କାର୍ଯ୍ୟକ୍ରମରେ ଟ୍ୟାଙ୍କ, ତୋପ, ଡ୍ରୋନ୍, ରୋବଟ୍, ହେଲିପକ୍ଟର ଓ ଫାଇଟର ଜେଟ୍ ଆଦି ପ୍ରଦର୍ଶିତ କରାଯାଇଛି । ଭାରତ ପ୍ରଦର୍ଶିତ କରିଥିବା ସମସ୍ତ ସାମରିକ ଶକ୍ତି ତାର ନିଜସ୍ୱ ଜ୍ଞାନ କୌଶଳ ଉପରେ ଆଧାରିତ । ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଏହି ସାମରିକ ଶକ୍ତି ବିଶ୍ଵ ଆଗରେ ପ୍ରଦର୍ଶିତ ହେବା ପରେ ଭାରତକୁ ମିଳିଛି ବଡ଼ ସଫଳତା ।
ଆଗକୁ ପଢ଼ନ୍ତୁ : ‘ଭାରତ ଶକ୍ତି’ ସାମରିକ ଅଭ୍ୟାସର ତଦାରଖ କରିବେ ମୋଦି