ବାଲାକୋଟ ଏୟାରଷ୍ଟ୍ରାଇକକୁ ପୂରିଲା 2 ବର୍ଷ, 12ଟି ଲଢୁଆ ବିମାନ ନେଇଥିଲା ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ
Khabar Odisha:Balakot-airstrike-2-years-completed
ଭୁବନେଶ୍ୱର, ଫେବୃଆରୀ 26 (ଖବର ଓଡିଶା) :

ବାଲାକୋଟ ଏୟାରଷ୍ଟ୍ରାଇକକୁ ପୂରିଲା 2 ବର୍ଷ  ।  2019 ମସିହା ଫେବୃଆରୀ 26 ତାରିଖ ଭୋର 3:45 ମିନିଟରେ ହୋଇଥିଲା ବାଲାକୋଟ  ଏୟାରଷ୍ଟ୍ରାଇକ । ଥରି ଉଠିଥିଲା ପାକିସ୍ଥାନ  । ବିମାନ ଆକ୍ରମଣ ପରେ ଜାତୀୟ ସୁରକ୍ଷା ଆଡଭାଇଜର ଅଜିତ ଡୋଭାଲଙ୍କ ପାଖକୁ ଆସିଥିବା ଫୋନରେ କୁହାଯାଇଥିଲା ‘ବନ୍ଦର ମାରା ଗୟା‘ । ସ୍ୱତନ୍ତ୍ର 'ଆରଏଏକ୍ସ' ନମ୍ବରରେ ଡୋଭାଲଙ୍କ ପାଖକୁ ଏହି କଲ କରିଥିଲେ ତତକାଳୀନ ବାୟୁସେନା ମୁଖ୍ୟ ବିଏସ ଧାନଓ୍ଵା ।

ଧାନଓ୍ଵା କହିଥିଲେ- 'ବନ୍ଦର ମାରା ଗୟା' ଏହି ବାର୍ତ୍ତାର ଅର୍ଥ, ସୀମାପାରି ଦୁଃସାହସିକ ଅଭିଯାନରେ ଭାରତୀୟ ଲଢୁଆ ବିମାନଗୁଡ଼ିକ ପାକିସ୍ତାନର ବାଲାକୋଟରେ ଥିବା 'ଜୈଶ୍‌-ଏ-ମହମ୍ମଦ' ଆତଙ୍କବାଦୀ ତାଲିମ ଶିବିର ଧ୍ୱଂସ କରି ଦେଇଛନ୍ତି ।

2019 ମସିହା ଫେବୃଆରୀ 14 ତାରିଖ ପୁଲଓ୍ଵାମାରେ ଜୈଶ-ଏ-ମହମ୍ମଦ ପରିକଳ୍ପିତ ଆତ୍ମଘାତୀ ଆକ୍ରମଣରେ ପ୍ରାୟ 4-0ରୁ ଅଧିକ ଯବାନ ସହିଦ ହୋଇଥିଲେ  । ଏହାର କଡା ଜବାବ ଦେବାକୁ ଯାଇ ଭାରତ ବାଲାକୋଟ ବିମାନ ଆକ୍ରମଣ କରିଥିଲା  । 12ଟି ଲଢୁଆ ବିମାନ ନେଇଥିଲା ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ 

  • Tags:

Subscribe

National International State Sports Entertainment