ସିକ୍କିମରେ ଦୁର୍ଘଟଣା ଗସ୍ତ ହେଲା ୩ଟି କାର ଓ କ୍ଷୀର ବୋଝେଇ ଟ୍ୟାଙ୍କର । ଯାହାଫଳରେ ୩ ଜଣଙ୍କର ମୃତ୍ୟୁ ହେବାସହିତ ୨୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ଗତକାଲି ସିକ୍କିମରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଗୋଟେ କ୍ଷୀର ବୋଝେଇ ଟ୍ୟାଙ୍କର ଭାରସ୍ୟାମ ହରାଇ ୩ଟି କାର ସହିତ ଧକ୍କା କରିଥିଲା । ଯାହାଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଲା । କ୍ଷୀର ବୋଝେଇ ଟ୍ୟାଙ୍କରଟି ବ୍ରେକ ଫେଲ୍ ହୋଇଥିଲା ବୋଲି ସୂଚନା ମିଳିଛି ।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ସନ୍ଧ୍ୟା ସମୟରେ ରାସ୍ତା ଉପରେ ଗୋଟେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସେହି କାର୍ଯ୍ୟକ୍ରମ ସମୟରେ କ୍ଷୀର ବୋଝେଇ ଟ୍ୟାଙ୍କରଟି ୩ଟି କାରକୁ ଧକ୍କା ଦେଇ କାର୍ଯ୍ୟକ୍ରମ ମଧ୍ୟରେ ପ୍ରବେଶ କରିଥିଲା । ସେଠାରେ ଥିବା ଲୋକମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହେବାସହିତ ୨୦ ଜଣ ଆହତ ହୋଇଥିଲେ । ଆହତଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଆଗକୁ ପଢ଼ନ୍ତୁ : ଦୁର୍ଘଟଣାରେ ୭ ମୃତ, ୧୫ ଆହତ