ଆମେରିକାର ଫ୍ଲୋରିଡା ସହରରେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଏକ ସଡକ ଦୁର୍ଘଟଣାରେ ତାଙ୍କର ଜୀବନ ଚାଲିଯାଇଛି । ପରିବାର ଲୋକେ ଝିଅକୁ ପାଠ ପଢିବା ପାଇଁ ଆମେରିକା ପଠାଇଥିଲେ । ପାଠ ପଢିବା ପାଇଁ ଘରୁ ଖୁସିରେ ଯାଇଥିଲେ ସତ ହେଲେ ଆଉ ଫେରିଲେନି । ଛାତ୍ରୀଜଣକ ଫ୍ଲୋରିଡା ଆଟଲାଣ୍ଟିକ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ତେବେ ଛାତ୍ରୀ ଜଣକ ତେଲେଙ୍ଗାନା ବାସୀ ।
ସୂଚନା ଅନୁଯାୟୀ, ଆମେରିକାର ଫ୍ଲୋରିଡା ସହରରେ ରହୁଥିବା ମୃତ ଛାତ୍ରୀ ଜଣକ ୨୬ ତାରିଖ ରାତିରେ ସଡକ ଅତିକ୍ରମ କରୁଥିଲେ । ସେହି ସମୟରେ ଏକ ଦ୍ରୁତଗାମୀ କାର୍ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଫ୍ଲୋରିଡା ଆଟଲାଣ୍ଟିକ ବିଶ୍ବବିଦ୍ୟାଳୟ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି । ତାଙ୍କର ଅକାଳ ବିୟୋଗରେ ଆମେରିକାରେ ଥିବା ଭାରତୀୟ ଛାତ୍ର ସମାଜ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହ ତାଙ୍କର ଶେଷକୃତ୍ୟ ଏବଂ ସୌମ୍ୟାଙ୍କ ପାଠପଢା ବାବଦ ଋଣ ପରିଶୋଧ ପାଇଁ ପାଣ୍ଠି ଯୋଗାଡ କରୁଥିବା ଜଣାପଡିଛି। ଏଭଳି ଘଟଣାରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।
ଅଧିକ ପଢନ୍ତୁ :ହରିଦ୍ୱାରରୁ ଜୟପୁର ଯାଉଥିଲା ଯାତ୍ରୀବାହୀ ବସ୍; ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟିଲା, ୨୪ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ