ନାମାଙ୍କନ ଦାଖଲ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଗାନ୍ଧୀନଗରରୁ ଦ୍ୱିତୀୟ ଥର ପାଇଁ ଅମିତ ଶାହା ନାମାଙ୍କନ ଭରିଛନ୍ତି। ଏହି ଆସନରୁ ଗତ ଥର ନିର୍ବାଚିତ ହୋଇ ସେ ଲୋକସଭାକୁ ଯାଇଥିବା ବେଳେ ଚଳିତ ଥର ବି ସେ ସମାନ ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ତେବେ ଗାନ୍ଧୀ ନଗର ସବୁବେଳେ ବିଜେପିର ଗଡ ହୋଇ ରହି ଆସିଛି। ତେଣୁ ବହୁ ବର୍ଷ ହେବ ବିଜେପି ଏଠାରେ ସାଧାରଣ ଜନତାଙ୍କ ଭଲ ପାଇବା ପାଇଁ ବିପୁଳ ପରିମାଣର ଭୋଟରେ ବିଜୟ ହାସଲ କରୁଛି।
ସୂଚନା ଅନୁସାରେ, ଗୁଜୁରାଟର ଗାନ୍ଧୀନଗରରୁ ଦ୍ୱିତୀୟ ଥର ପାଇଁ ନାମାଙ୍କନ ଦାଖଲ କଲେ ଅମିତ ଶାହା। ୨୦୧୯ ଗୁଜରାଟର ଗାନ୍ଧୀନଗର ଆସନରୁ ଲୋକସଭା ଆସନ ପାଇଁ ନିର୍ବାଚନରେ ନିର୍ବାଚନ ଲଢ଼ିଥିଲେ। ଗତବର୍ଷ ଅମିତ ଶାହା ୮ ଲକ୍ଷ ୯୦ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସିଜେ ଚାୱଡାଙ୍କ ଠାରୁ ପ୍ରାୟତଃ ୫ ଲକ୍ଷ ୫୦ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ତେବେ ଚଳିତ ନିର୍ବାଚନରେ ଅମିତ ଶାହଙ୍କ ବିପକ୍ଷରେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ସୋନଲ ପଟେଲ ଲଢ଼ୁଛନ୍ତି। ତେବେ ଆସନ୍ତା ମେ’ ୭ ତାରିଖରେ ଗୁଜରାଟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଜୁନ୍ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷିତ ହେବ। ଏହାପରେ ଜଣାପଡିବା ଯେ କିଏ ବିଜୟର ପତାକା ଉଡାଉଛି ଏବଂ ଗାନ୍ଧୀନଗରର ଗାଦି ସମ୍ଭାଳୁଛି।