ନାତୁଣୀ ବାହାଘରରେ ଜୀବନ୍ତ ଜଳିଗଲେ ଜେଜେବାପା । କିଛି କ୍ଷଣ ମଧ୍ୟରେ ସବୁ କିଛି ସରିଗଲା । ବାହାଘର ଉତ୍ସବରେ ସମସ୍ତେ ଖୁସି ମନାଉଥିଲେ କିନ୍ତୁ ମୁହୂର୍ତ୍ତକ ମଧ୍ୟରେ ଦୁଃଖର ପାହାଡ ମାଡିଆସିଲା । ବିବାହର ସୁଖ ଶୋକରେ ବଦଳିଗଲା । ବାହାଘର ଉତ୍ସବ ଭିତରେ ଏକ ଟେଣ୍ଟରେ ନିଆଁ ଲାଗି ଜୀବନ୍ତ ଦଗ୍ଧ ହୋଇଗଲେ କନ୍ୟାର ଜେଜେବାପା । ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନରୁ ।
ସୂଚନା ଅନୁଯାୟୀ,ରାଜସ୍ଥାନର ବୁନ୍ଦିରେ ମଙ୍ଗଳବାର ରାତିରେ ଏକ ବିବାହ ଉତ୍ସବ ଚାଲିଥିଲା । ସମସ୍ତେ ଆନନ୍ଦର ସହ ବିବାହ ଉତ୍ସବକୁ ମନାଉଥିଲେ । ମେହେନ୍ଦି ସମାରୋହ ପରେ ସମସ୍ତେ ରାତି ପ୍ରାୟ ୨ଟାରେ ହୋଟେଲ ରୁମ୍, ସଫାରି ଟେଣ୍ଟ ଆଦି ସ୍ଥାନକୁ ଶୋଇବାକୁ ଯାଇଥିଲେ । ସକାଳ ପ୍ରାୟ ୬ ଟା ସମୟରେ ମ୍ୟାରେଜ୍ ଗାର୍ଡେନରେ ଥିବା ଏକ ସଫାରି ଟେଣ୍ଟରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଯାଇଥିଲା ।
ଏଭଳି ନିଆଁ ଲାଗିବା ଯୋଗୁ ସଫାରି ତମ୍ବୁ ପୋଡି ପାଉଁଶ ହୋଇଯାଇଥିଲା। ସେହି ସମୟରେ କନ୍ୟାର ଜେଜେବାପା ସେହି ସଫରି ତୁମ୍ବି ଭିତରେ ଶୋଇଥିଲେ । ନିଆଁର ପ୍ରଭାବ ଅଧିକ ଥିବାରୁ କନ୍ୟାର ଜେଜେବାପା ବାହାରକୁ ଆସିପାରିନଥିଲେ । ଫଳରେ ସେହି ତୁମ୍ବି ଭିତରେ ତାଙ୍କର ଜୀବନ ଚାଲିଯାଇଥିଲା । ଏହି ଘଟଣାରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ଏନେଇ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢନ୍ତୁ :କୋଟାରେ ଜୀବନ ହାରିଲେ ଆଉ ଜଣେ ଛାତ୍ର