ଡିଜେ ବଜାଇବାକୁ ବିରୋଧ କରିବାରୁ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ଦୁର୍ବୁତ୍ତ। ଏପରି ଏକ ଅମାନବୀୟ କାଣ୍ଡ ଉତ୍ତରପ୍ରଦେଶର ଦେବରିୟାରେ ହୋଇଛି। ତେବେ ମୃତ ବୃଦ୍ଧ ଜଣଙ୍କ ବାରିପୁର ହନୁମାନ ମନ୍ଦିରର ସହାୟକ ପୂଜାରୀ ଭାବେ କାମ କରୁଥିଲେ। ଏହି ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏପରିକି ସମସ୍ତ ଘଟଣା ବାବଦରେ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ।
ସୂଚନା ଅନୁସାରେ, ଉତ୍ତରପ୍ରଦେଶର ଦେବରିୟାରେ ଜଣଙ୍କ ଘରେ ଜନ୍ମ ଦିନ ଉତ୍ସବରେ ଖୁବ୍ ଧୁମଧାମରେ ଚାଲିଥିଲା ପାର୍ଟି। ଏପରିକି ଖୁବ୍ ଜୋରରେ ମଧ୍ୟ ବାଜୁଥିଲା ଡିଜେ। ତେବେ ଡିଜେର ଶବ୍ଦ ଅସହ୍ୟ ହେବାରୁ ତାହାକୁ ବିରୋଧ କରିଥିଲେ ପଡ଼ୋଶୀ। ଫଳରେ କଥା ଉଗ୍ର ରୂପ ଧାରଣ କରିଥିଲା। ଡିଜେ ବଜାକୁ ବିରୋଧ କରୁଥିବା ବୃଦ୍ଧଙ୍କୁ ଅଭିଯୁକ୍ତମାନେ ପିଟି ପିଟି ହତ୍ୟା କରିଥିଲେ । ତେବେ ମୃତକଙ୍କ ବୟସ ପ୍ରାୟ ୬୦ ବର୍ଷ ହୋଇଥିବା ବେଳେ ସେ ବାରିପୁର ହନୁମାନ ମନ୍ଦିରର ସହାୟକ ପୂଜାରୀ ଭାବେ କାମ କରୁଥିଲେ। ତେବେ ଏହି ମାମଲାରେ ପୋଲିସ ଘଟଣାରେ ଜଡିତ ଥିବା ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।