ଟ୍ରକ-ଅଟୋ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଚାଲିଗଲା ୫ ଜଣଙ୍କ ଜୀବନ । ସକାଳୁ ସକାଳୁ ନିଜ ନିଜ କାର୍ଯ୍ୟରେ ବାହାରିପଡ଼ିଥିଲେ ହେଲେ କିଏ ଜାଣିଥିଲା ବାଟରେ ଏପରି କାଳ ଜଗିବସିଥିବା ବୋଲି । କିଛି କ୍ଷଣ ମଧ୍ୟରେ ସବୁକିଛି ସରିଗଲା । ଉଜୁଡ଼ିଗଲା ମୃତକଙ୍କ ପରିବାର । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶରେ ।
ସୂଚନା ଅନୁଯାୟୀ,ମଙ୍ଗଳବାର ଭୋର ସମୟରେ ଉତ୍ତରପ୍ରଦେଶର ଚିତ୍ରକୋଟରେ ଏକ ଅଟୋରେ କିଛି ଯାଉଥିଲେ ।ତଟି ଟ୍ରକ୍କୁ ଓଭରଟେକ କରିବା ସମୟରେ ଦ୍ରୁତ ଗତିରେ ଥିବା ଟ୍ରକ ଅଟକୁ ଧକ୍କା ଦେଇଥିଲା । ଯାହାଫଳରେ ଏଭଳି ଦୁର୍ଘଟଣା ଘଟିଥିଲେ । ତେବେ ଏହି ଦୁର୍ଘଟଣା ଯୋଗୁ ଘଟଣା ସ୍ଥଳରେ ଅଟୋରେ ଯାଉଥିବା ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଦୁଇଜଣ ଆଖି ବୁଜିଛନ୍ତି । ଏଥିସହ ୩ ଜଣ ଆହତ ଥିବା ବ୍ୟକ୍ତିଙ୍କ ଚିକିତ୍ସା କରାଯାଉଛି।ଏବେ ସୁଦ୍ଧା କୌଣସି ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । ଅନ୍ୟପଟେ ଡମ୍ପର ଚାଳକ ଫେରାର ହୋଇଯାଇଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।