ମଡେଲ ତାନିଆ ସିଂହ ମୃତ୍ୟ ଘଟଣାରେ ସନରାଇଜର୍ସ ହାଇଦ୍ରାବାଦର ଅଲରାଉଣ୍ଡର ଅଭିଷେକ ଶର୍ମାଙ୍କ ବଢ଼ିଲା ଅଡୁଆ। ଏହି ମାମଲାରେ ସୁରଟ ପୋଲିସ ଅଭିଷେକ ଶର୍ମାଙ୍କୁ ପଚରା-ଉଚରା କରିବା ପାଇଁ ନୋଟିସ୍ ଜାରି କରିଛି। ତେବେ ତାନିଆଙ୍କ ମୃତ୍ୟୁ ପୂର୍ବରୁ ସେ ଶେଷ ଫୋନ୍ କଲ ଅଭିଷେକଙ୍କୁ କରିଥିଲେ। ଏପରିକି ତାନିଆଙ୍କ ଫୋନରୁ ସୁରଟ ପୋଲିସଙ୍କୁ ଅଭିଷେକଙ୍କ ସହ ତାଙ୍କର ଫଟୋଗ୍ରାଫ୍ ଏବଂ ମେସେଜେସ୍ ମଧ୍ୟ ମିଳିଛି। ଯାହାକୁ ଆଧାର କରି ପୋଲିସ ଅଭିଷେକ ଶର୍ମାଙ୍କୁ ପଚରା-ଉଚରା କରିବା ପାଇଁ ନୋଟିସ୍ ଜାରି କରିଛି।
ସୂଚନା ଅନୁସାରେ , ରବିବାର ରାତିରେ ନିଜ ଘରେ ନିଜ ଜୀବନ ହାରିଥିଲେ ଗୁଜୁରାଟ ମଡେଲ୍ ତାନିଆ ସିଂହ। ଏହାପରେ ସକାଳୁ ପରିବାର ଲୋକେ ତାଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ। ତେବେ ତାନିଆ ସିଂହ ଜଣେ ଫ୍ୟାସନ୍ ଡିଜାଇନିଂର ଛାତ୍ରୀ ଥିଲେ। ପ୍ରେମ ପ୍ରସଙ୍ଗରୁ ଏପରି ଘଟିଥାଏ ପରେ ପୋଲିସ ଅନୁମାନ କରି ତାନିଆଙ୍କ ଫୋନକୁ ଚେକ କରିଥିଲା। ଏହାପରେ ସେଥିରୁ ସନରାଇଜର୍ସ ହାଇଦ୍ରାବାଦର ଅଲରାଉଣ୍ଡର ଅଭିଷେକ ଶର୍ମାଙ୍କ ସହ ତାଙ୍କର କିଛି ଫଟୋଗ୍ରାଫ୍ ଏବଂ ମେସେଜେସ୍ ମଧ୍ୟ ମିଳିଥିଲା । ଏପରିକି ତାନିଆଙ୍କ ମୃତ୍ୟୁ ପୂର୍ବରୁ ସେ ଶେଷ ଫୋନ୍ କଲ ଅଭିଷେକଙ୍କୁ କରିଥିଲେ। ତେବେ ଏହାକୁ ଆଧାର କରି ସୁରଟ ପୋଲିସ ଅଭିଷେକ ଶର୍ମାଙ୍କୁ ପଚରା-ଉଚରା କରିବା ପାଇଁ ନୋଟିସ୍ ଜାରି କରିଛି। ଏହାସହିତ ଅଭିଷେଙ୍କ ଫୋନକୁ ମଧ୍ୟ ଟ୍ରାକ କରୁଛି ସୁରଟ ପୋଲିସ।