କୁହନ୍ତି ନାଁ... ଭାଗ୍ୟ ଥିଲେ ତାକୁ କେହି ବି ନେଇ ପାରିବ ନାହିଁ I ଏହି କଥା ଟିର ଏକ ଉଦାହରଣ ଦେଖିବାକୁ ମିଳିଛି ମୁର୍ସିଦାବାଦର ରେଜିନଗର ରେ I ସେଠାରେ ବାସ କରୁଥିବା ଜଣେ ବିଡ଼ି ଶ୍ରମିକ ରାତାରାତି କୋଟିପତି ହୋଇଯାଛନ୍ତି I ଏହାପରେ ତାଙ୍କ ଖୁସିର ଆଉ ସୀମା ରହି ନାହିଁ I ଶ୍ରମିକ ଜଣକ ଏକ ଗରିବ ପରିବାରରେ ନିଜ ପତ୍ନୀ ଏବଂ ପିଲାମାନଙ୍କୁ ନେଇ ବାସ କରୁଥିଲେ I ସେ ନିଜ ପରିବାର ଭରପୋଷଣ ପାଇଁ ବିଡ଼ି ବାନ୍ଧନ୍ତି । ସେଥିରୁ ରୋଜଗାର କରିଥିବା ଟଙ୍କାରୁ କିଛି ଟଙ୍କାର ସେ ଲଟେରି ଟିକେଟ କିଣୁଥିଲେ I
ସୂଚନା ଅନୁଯାୟୀ, ଶ୍ରମିକ ଜଣକ ସୋମବାର ଦିନ ୧୫୦ ଟଙ୍କା ଦେଇ ଲଟେରୀ ଟିକେଟ କିଣିଥିଲେ I ଯାହାର ଫଳାଫଳ ରାତିରେ ପ୍ରକାଶ ପାଇଥିଲା I ଏହାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ I ଲଟେରୀ କିଣିବା ବେଳେ ସେ ସବୁବେଳେ ତାଙ୍କ ଜିତିବାର ସ୍ବପ୍ନ ଦେଖୁଥିଲେ I ତେବେ ତାଙ୍କ ସ୍ବପ୍ନ ସାକାର ହେବ ବୋଲି ସେ କେବେ ଭାବି ନଥିଲେ I ତେବେ କିଛି ଦିନ ମଧ୍ୟରେ ତାଙ୍କୁ ପୁରସ୍କାର ରାଶି ଦିଆଯିବ I