କାତାରରୁ ମୁକ୍ତ ହେଲେ ୮ ନୌସେନା ଅଧିକାରୀ । କୂଟନୈତିକ କ୍ଷେତ୍ରରେ ଭାରତ ଏକ ସଫଳତା ପାଇଛି । ଗୁପ୍ତଚର ମାମଲାରେ ଗିରଫ ହୋଇଥିବା ଭାରତ ୮ ଜଣ ନୌସେନା ଅଧିକାରୀଙ୍କୁ ମୁକ୍ତ କରିଛି କାତାର । ସେମାନଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତେ ଅପେକ୍ଷାରେ ଥିଲେ ତାହା ଆଜି ସଫଳ ହୋଇଛି । ଦୀର୍ଘ ୧୮ ମାସ ଧରି କାତାର ଜେଲରେ ଥିବା ୮ଜଣ ପୂର୍ବତନ ଯବାନ ମୁକ୍ତ ହୋଇଛନ୍ତି।
ଦହରା ଗ୍ଲୋବାଲ କମ୍ପାନୀରେ କାମ କରୁଥିବା ୮ ଜଣ ଭାରତୀୟ ନୌସେନା ଅଧିକାରୀଙ୍କୁ ଗୁପ୍ତଚର ମାମଲାରେ କତାରରେ ଅଟକ ରଖାଯାଇଥିଲା । ସେମାନଙ୍କ ମଧ୍ୟରୁ ୭ ଜଣ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଅଟକ ରଖାଯାଇଥିବା ୮ ଜଣ ଭାରତୀୟ ନୌସେନା ଅଧିକାରୀଙ୍କୁ ମୁକ୍ତ କରିବା ସହ ଭାରତ ଭାରତରେ ପହଞ୍ଚିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲେ କାତାର ସରକାର ।
ଏଥିପାଇଁ କାତାର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ। ଦୀର୍ଘ ୧୮ ମାସ ପରେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ସେମାନେ ଭାବବିହ୍ବଳ ହୋଇପଡିଛନ୍ତି। ଜନ୍ମମାଟିକୁ ଫେରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେମାନଙ୍କ ପରିବାର ମଧ୍ୟ ଆଡମ୍ବର ସହ ସେମାନଙ୍କୁ ସ୍ୱାଗତ କରିଛନ୍ତି ।
ଅଧିକ ପଢନ୍ତୁ :ଗିରଫ ହେଲା ହଲଦ୍ୱାନୀ ହିଂସାର ମାଷ୍ଟର ମାଇଣ୍ଡ