ନୂଆଦୀଲ୍ଲୀ; ପୁଣି ଥରେ କାୟା ବିସ୍ତାର କଲାଣି କୋରନା । ଦେଶରେ ଗତକିଛି ଦିନ ହେବ ବୃଦ୍ଧି ପାଉଛି ସଂକ୍ରମଣଙ୍କ ସଂଖ୍ୟା। ଗତକାଲି ଗୁଜୁରାଟର ଅହଂଦାବାଦରେ ୨୦, ୟୁପିରେ ୪, ହରିଆଣାରେ ୫ ଏବଂ ବେଙ୍ଗୁଲୁରୁରେ ଏକ ନଅ ମାସର ଶିଶୁ କରୋନା ପଜେଟିଭ ଚିହ୍ନଟ ହୋଇଛି । ଏହାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ କରୋନାରେ ମୋଟ ୩୧୨ ସକ୍ରିୟ ମାମଲା ଚିହ୍ନଟ କରାଯାଇଛି। ସେଥିମଧ୍ୟରେ କେରଳରେ ସର୍ବାଧିକ ୯୫ ଜଣ ରହିଥିବା ବେଳେ ତାମିଲନାଡୁରେ ୬୬, ମହାରାଷ୍ଟ୍ରରେ ୫୬ଟି ମାମଲା ସାମ୍ନାକୁ ଆସିଛି । ରାଜସ୍ଥାନରେ ୨, ଗୁଜରାଟରେ ୩୩, କର୍ଣ୍ଣାଟକରେ ୧୬, ଦିଲ୍ଲୀରେ ୨୩, ସିକ୍କିମ ଓ ପଶ୍ଚିମବଙ୍ଗରେ ୧, ପୁଡୁଚେରୀରେ ୧୦ଟି ସକ୍ରିୟ ମାମଲା ରହିଛି। ଏହି ସବୁ ନୂଆ ମାମଲା ଲାଗି କରୋନାର ନୂଆ ଜେଏନ୍୧ ଭାରିଆଣ୍ଟ ଓ ତାର ସବ୍ ଭାରିଆଣ୍ଟ ଏଲ୍ଏଫ୍୭ ଓ ଏନ୍ବି ୧.୮କୁ ଦାୟୀ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ହସ୍ପିଟାଲଗୁଡିକରେ ଯଥେଷ୍ଟ ସଂଖ୍ୟାରେ ଶଯ୍ୟା, ଅକ୍ସିଜେନ୍ ଓ ଟୀକା ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର । ସେହିପରି ଓଡିଶାରେ ମଧ୍ୟ ଜଣେ ବ୍ୟକ୍ତିଙ୍କଠାରେ କୋରନା ପେଜେଟିଭ ଚିହ୍ନଟ ହେବା ପରେ ତାଙ୍କୁ ଏବେ କ୍ବାରେନଟାଇନରେ ରଖାଯାଇଛି।