ନୂଆଦିଲ୍ଲୀ: ବିଶ୍ୱ ଦରବାରରେ ପାକିସ୍ତାନର ଆତଙ୍କବାଦୀ ନୀତିକୁ ପହଁଚାଇବାକୁ ଗଠିତ ହୋଇଥିବା ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ବିଭିନ୍ନ ଦେଶ ଗସ୍ତ କରୁଛନ୍ତି । ଏହି କ୍ରମରେ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଗଠିତ ହୋଇଥିବା ପ୍ରତିନିଧି ଦଳ ସାଉଦି ଆରବ ଗସ୍ତ କରିଛନ୍ତି ।
ଶ୍ରୀଯୁକ୍ତ ପଣ୍ଡାଙ୍କ ଦଳ ଦକ୍ଷିଣ ଏସିଆ ଦାୟିତ୍ୱରେ ରହିଛନ୍ତି । ଶନିବାର ସକାଳେ ଏହି ପ୍ରତିନିଧି ଦଳ ବାହାରିନରେ ପହଁଚିଛନ୍ତି । ବୈଜୟନ୍ତ ଦେଶ ଛାଡ଼ିବା ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟ ଦେଇ କହିଛନ୍ତି, ସବୁଠାରୁ ବଡ଼ ବାର୍ତ୍ତା ହେଉଛି ଆମର ଏକତା, ଯାହା ସାରା ବିଶ୍ୱକୁ ଭାରତ ଦେଖାଇଛି । ଏହି ବାର୍ତ୍ତାକୁ ନେଇ ଆମେ ବହୁତ ସ୍ପଷ୍ଟ ଯେ ଯୁଦ୍ଧକ୍ଷେତ୍ରରେ ବିଜୟୀ ହାସଲ କରିବା ପରେ, ଦୁନିଆକୁ ଆତଙ୍କବାଦ ବିରୋଧରେ ଧ୍ୟାନ ଆକର୍ଷଣ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ, ଯାହା ଦ୍ୱାରା ବିଶ୍ୱର ଅନେକ ଦେଶ ପୀଡ଼ିତ ଅଛନ୍ତି । କିନ୍ତୁ ଆମେ ଏକ ନିର୍ଦ୍ଦିଷ୍ଟ ଦେଶ ଦ୍ୱାରା ପ୍ରାୟୋଜିତ ଆତଙ୍କବାଦ ଦ୍ୱାରା ପୀଡ଼ିତ ଅଛୁ । ଏହା ବିରୋଧରେ ଅନେକ ଦେଶ ଆଗକୁ ଆସିଛନ୍ତି । ଆତଙ୍କବାଦ ପ୍ରତି ଆମର ଶୂନ୍ୟ ସହନଶୀଳତା ରହିବ। ଆତଙ୍କବାଦକୁ ଆମେ ଉଚିତ ଜବାବ ଦେବୁ । ଅପରେସନ୍ ସିନ୍ଦୂର ମାଧ୍ୟମରେ ଏହା ପ୍ରମାଣ କରିଛୁ। ପାକିସ୍ତାନର ମିଛ ଗୋଟିଏ ପରେ ଗୋଟିଏ ଖୋଲାଯାଉଛି କହିଛନ୍ତି ସାଂସଦ ଶ୍ରୀଯୁକ୍ତ ପଣ୍ଡା ।
ବୈଜୟନ୍ତ ପଣ୍ଡାଙ୍କ ପ୍ରତିନିଧି ଦଳରେ ବିଜେପିର ନିଶିକାନ୍ତ ଦୁବେ, ଫଙ୍ଗନନ କୌନ୍ୟାକ, ରେଖା ଶର୍ମା, ଅସଦୁଦ୍ଦୀନ ଔବୈସୀ (ଏଆଇଏମଆଇଏସ୍), ସତନାମ ସଂଧୁ, ପୂର୍ବତନ ମନ୍ତ୍ରୀ ଗୁଲାମ ନବୀ ଆଜାଦ ଏବଂ ପୂର୍ବତନ ବିଦେଶୀ ସଚିବ ହର୍ଷ ଶୃଙ୍ଗଲା ରହିଛନ୍ତି । ଏମାନେ ସାଉଦୀ ଆରବ, କୁଏତ୍, ବହରୀନ ଓ ଅଲଜିରିୟା ଯାତ୍ରା କରିବେ ।