ଜେଲରେ କଏଦୀଙ୍କ ମଧ୍ୟରେ ମାଡ଼ଗୋଳ । ଏପରି ଏକ ଘଟଣା ପଞ୍ଜାବର ସଙ୍ଗ୍ରୁର ଜେଲ୍ ରେ ଘଟିଛି । ମାଡ଼ଗୋଳରେ ୨ ଜଣ କଏଦୀଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସଙ୍ଗ୍ରୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଶୁକ୍ରବାର ରାତିରେ ପଞ୍ଜାବର ସଙ୍ଗ୍ରୁର ଜେଲ୍ ରେ ୪ ଜଣ କଏଦୀଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା । ପରେ ଏହା ମାଡ଼ଗୋଳରେ ବଦଳି ଯାଇଥିଲା । ଏହି ମାଡ଼ଗୋଳରୁ ୨ ଜଣ କଏଦୀଙ୍କର ମୃତ୍ୟୁ ହୋଇ ଯାଇଥିଲା ଓ ଅନ୍ୟ ୨ ଜଣ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସଙ୍ଗ୍ରୁର ମେଡିକାଲରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ଏତେ ବଡ଼ ଘଟଣା ଜେଲ୍ ଭିତରେ ଘଟିଲା ତାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
ଆଗକୁ ପଢ଼ନ୍ତୁ : ନୃଶଂସ ଭାବେ ନାତୁଣୀର ହତ୍ୟା କଲା ଜେଜେମା