ଆପଣ ହେଡଫୋନର ଅତ୍ୟଧିକ ବ୍ୟବହାର କରୁଛନ୍ତି କି? ତେବେ ହୋଇପାରେ ଏହି ରୋଗ
Khabar Odisha:lifestyle-Odisha-listening-to-music-with-headphones-cause-harmful-infection-and-ear-cancer
ଭୁବନେଶ୍ୱର, ଅଗଷ୍ଟ ୦୮(ଖବର ଓଡ଼ିଶା):

ହେଡଫୋନ ଲଗାଇ ଗୀତ ଶୁଣିବା ସମସ୍ତଙ୍କର ପସନ୍ଦ ଥାଏ । ଖାସ କରି ଯାତ୍ରା କରିବା ସମୟରେ କିମ୍ବା ଘର କାମ କରିବା ସମୟରେ ହେଡଫୋନ ଲଗାଇ ଗୀତ ଶୁଣିବା ପାଇଁ ଭଲ ଲାଗେ । କିନ୍ତୁ ଏହା ଆପଣଙ୍କ ଶରୀର ଉପରେ ଖରାପ ପକାଇପାରେ ।

ଇୟରଫୋନ ହେଉ କିମ୍ବା ହେଡଫୋନ କାନରେ ଲଗାଇ ଗୀତ ଶୁଣିବା ଲୋକଙ୍କୁ ଏହା ଜଣା ନଥାଏ  ଯେ ଏହି ଅଭ୍ୟାସ କେତେ କ୍ଷତିକାରକ । ଫୋନରେ ଲଗାଯାଉଥିବା ଇୟରଫୋନ କିମ୍ବା ହେଡଫୋନରେ କାରଣରୁ ଆପଣଙ୍କ କାନରେ ସଂକ୍ରମଣ ହୋଇପାରେ । ଆପଣ ଇୟରଫୋନ କାରଣରୁ କ୍ୟାନସର , କାନ ଇନଫେକ୍ସନ, ଶ୍ରବଣ ଶକ୍ତି ହରାଇବା ଭଳି କିଛି ଘାତକ ରୋଗର ଶିକାର ହୋଇପାରନ୍ତି । ଏଥିରୁ ବଞ୍ଚିତ ରହିବା ପାଇଁ ଇୟରଫୋନ କମ ବ୍ୟବହାର କରନ୍ତୁ ଏବଂ ଅନ୍ୟ କୈାଣସି ବ୍ୟକ୍ତିଙ୍କୁ ବ୍ୟବହାର କରିବା ପାଇଁ ଦିଅନ୍ତୁ ନାହିଁ । 

ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଗୀତ ଶୁଣି ଶୁଣି ଶୋଇପଡ଼ନ୍ତି । ଏପରି କରିବା ଦ୍ୱାରା ଶ୍ରବଣ ଶକ୍ତି କମ ହୋଇଥାଏ । ଏହା ସହ ଅଧିକ ଭଲ୍ୟୁମ ଦେଇ ଗୀତ ଶୁଣୁଥିଲେ ଏହା ହୃଦୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । 

  • Tags:

Subscribe

National International State Sports Entertainment