ଲମ୍ବା ଚୁଟି ରଖିବା ନିଶା ନେଲା ଜୀବନ, ଷ୍ଟ୍ରେଟନିଂ ବେଳେ ଲାଗିଗଲା କରେଣ୍ଟ
Khabar Odisha:Long-hair-is-addictive
ଉତ୍ତରପ୍ରଦେଶ,ଜାନୁଆରୀ ୧୬ (ଖବର ଓଡ଼ିଶା):

ଲମ୍ବା ଲମ୍ବା ଚୁଟି ହେଉଛି ସବୁ ଯୁବତୀଙ୍କ ପସନ୍ଦ । ଯାହାର ଯତ୍ନ ନେବାକୁ ସମସ୍ତେ ଚାହାନ୍ତି । ହେଲେ ଏହି ଚୁଟିର ଯତ୍ନ ନେଉ ନେଉ ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଛି । ଆଞ୍ଜା ହଁ ଏପରି ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ ମାର୍ଥା ଜିଲ୍ଲାରୁ । କଲ୍ୟାଣୀ ନାମକ ୨୨ ବର୍ଷିୟ ଯୁବତୀ ଜଣକ ତାଙ୍କ ଚୁଟିର ଅଧିକ ଯତ୍ନ ନିଅନ୍ତି ।

ସେ ସବୁବେଳେ ତାଙ୍କ ଚୁଟିକୁ ପାର୍ଲର ରେ ଯାଇ ସ୍ପା ଏବଂ ଷ୍ଟ୍ରେଟନିଙ୍ଗ୍ କରାଇଥାନ୍ତି । ଗତକାଲି ସନ୍ଧ୍ୟା ୭ ଟା ସମୟରେ କଲ୍ୟାଣୀ ପାର୍ଲର କୁ ଯାଇ ନିଆଁ ଲଗାଇ ହେୟାର ଷ୍ଟ୍ରେଟନିଙ୍ଗ୍ କରୁଥିବା ସମୟରେ ହଠାତ୍ କରେଣ୍ଟ ଲଗାଯାଇଥିଲା । ଯାହାଫଳରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କର ସବୁ ଚୁଟି ଉପୁଡ଼ି ପଡ଼ିଥିଲା । ଶେଷରେ ସେ ନିଜ ଜୀବନ ସହ ସଂଗ୍ରାମ କରି ହାରିଗଲେ

  • Tags:

Subscribe

National International State Sports Entertainment