ଭିନ୍ନ ଏକ ବାହାଘର: ୧୮ କିମି ସାଇକେଲ ଚଳାଇ କନିଆଁ ଘରେ ପହଞ୍ଚିଲେ ବର, ଜୋମାଟୋରେ ହେଲା ଅତିଥିଙ୍କ ଘରକୁ ଖାଦ୍ୟ ଡେଲିଭରି
Khabar Odisha:Groom-Reached-at-Brides-House-in-Cycle-in-Kolkata

କୋଲକାତା, ଜାନୁଆରୀ ୨୯(ଖବର ଓଡ଼ିଶା): କରୋନା ସମୟରେ ଭିନ୍ନ ଭିନ୍ନ ଉପାୟରେ ବାହାଘର କରାଯାଇ ଚର୍ଚ୍ଚା ବିଷୟ ପାଲଟୁଥିବା ବେଳେ ବର୍ତ୍ତମାନ ପୁଣି ସେମିତି ଏକ ଭିନ୍ନ ବାହାଘରର ଉଦାହରଣ ଦେଖିବାକୁ ମିଳିଛି । 

ପଶ୍ଚିମବଙ୍ଗରେ ବିବାହ ପାଇଁ ୧୮ କିମି ସାଇକେଲ ଚଳାଇ କନିଆଁ ଘରେ ପହଞ୍ଚିଥିବା ଏବେ ପୁରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି ।

ପ୍ରଦୂଷଣକୁ ଦୃଷ୍ଟିରେ ରଖି ବର ଘର ଲୋକଙ୍କ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଥିବା ବେଳେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭିଡିଓ କଲରେ ଅତିଥି ବିବାହରେ ସାମିଲ ହୋଇଥିଲେ ଓ ଏହି ବିବାହର ସବୁଠାରୁ ରୋଚକ କଥା ହେଉଛି ବିବାହ ପାଇଁ ନିମନ୍ତ୍ରଣ କରାଯାଇଥିବା ଅତିଥି ମାନଙ୍କ ଘରେ ଜୋମାଟୋ ଜରିଆରେ ଖାଦ୍ୟ ପହଞ୍ଚାଯାଇଥିଲା ।

ଏ ଅବସରରେ ବର ସନ୍ଦୀପନ ଓ କନ୍ୟା ଅଦିତି କହିଛନ୍ତି ଯେ ଅନ୍‌ଲାଇନ ବିବାହଠୁ ଆରମ୍ଭ କରି ଖାଦ୍ୟ ପହଞ୍ଚାଇବା ପର୍ଯ୍ୟନ୍ତ ସବୁ କିଛି ବେଶ ଭଲରେ ହେଲା । ସନ୍ଦୀପନ ଜଣେ ବ୍ୟବସାୟୀ ଏବଂ ତାଙ୍କ ପତ୍ନୀ ଅଦିତି କୋଲକାତାରେ ଏକ ଘରୋଇ କମ୍ପାନିରେ ଚାକିରୀ କରନ୍ତି । 

ର୍ତ୍ତମାନ ସୋସିଆଲ ମିଡିଆରେ ବରର ସାଇକେଲ ଚଳାଇବା ଫଟୋ ଖୁବ୍ ଭାଇରାଲ ହେଉଛି । ସନ୍ଦୀପନ କହିଛନ୍ତି, ବିବାହ ସମୟରେ ହିଁ ଲୋକଙ୍କୁ ପ୍ରଦୂଷଣମୁକ୍ତ ପରିବେଶ ସୃଷ୍ଟିର ବାର୍ତ୍ତା ଦେବା ଅଧିକ ଜରୁରି । ଏହା ଦ୍ୱାରା ଲୋକଙ୍କ ଧ୍ୟାନ ଏହି ସମସ୍ୟା ଉପରକୁ ଯିବ । ଅଦିତି ପ୍ରଥମେ ସାଇକେଲ ବିଚାର ଉପରେ ସହମତ ନ ଥିଲେ, କିନ୍ତୁ ପରେ ସନ୍ଦୀପନଙ୍କ ବିଚାରକୁ ସମର୍ଥନ କରିଥିଲେ ।

  • Tags:

Subscribe

National International State Sports Entertainment