କରୋନା ରିପୋର୍ଟ ନେଗେଟିଭ୍ ଆସିବା ପରେ ବି ସ୍ୱାଦ ଆଉ ଗନ୍ଧ ଜଣାପଡୁନାହିଁ! ଜାଣନ୍ତୁ କଣ କରିବେ
Khabar Odisha:Even-after-the-corona-report-came-out-negative-the-taste-didnt-smell-anymore-Find-out-what-to-do

ଭୁବନେଶ୍ୱର, ଜୁନ୍ ୨୭ (ଖବର ଓଡ଼ିଶା): ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ମାମଲା ଧିରେ ଧିରେ ହ୍ରାସ ପାଉଛି ତଥାପି ଏବେବି ଆମକୁ ସତର୍କ ରହିବା ଆବଶ୍ୟକ, କାରଣ କରୋନାର ଡେଲଟା ପ୍ଲସ ଭ୍ୟାରିଏଣ୍ଟ ତୃତୀୟ ଲହରରେ ପରିଣତ ହେବାର ଆଶଙ୍କା ରହିଛି । ତେବେ ଏହା ବିରୋଧରେ ଟୀକାକରଣ ଅଭିଯାନ ଦ୍ରୁତ ଗତିରେ ଚାଲିଛି ଏବଂ ନିକଟରେ ୩୨ କୋଟିରୁ ଅଧିକ ଆଣ୍ଟି-କୋଭିଡ ଟିକା ଦେଇ ଭାରତ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି ।

ଏଭଳି ସ୍ଥିତିରେ ବର୍ତମାନ କରୋନା ଦ୍ୱାରା ଆକ୍ରାନ୍ତ ହେଉଥିବା ଲୋକେ ଅଧିକ ମାତ୍ରାରେ ସୁସ୍ଥ ହେଉଛନ୍ତି ମାତ୍ର ଏବେ ସବୁଠାରୁ ବଡ଼ ସମସ୍ୟା ହେଉଛି ଯେ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ବହୁ ଲୋକ ପୋଷ୍ଟ କୋଭିଡ୍ ଚ୍ୟାଲେଞ୍ଜସ୍ ର ସାମ୍ନା କରୁଛନ୍ତି । ଅନେକ ଲୋକ କରେନାରୁ ସୁସ୍ଥ ହେବା ପରେ ମଧ୍ୟ ଲୋକମାନଙ୍କ ସ୍ୱାଦ ଓ ଗନ୍ଧ ବାରିବାର ଶକ୍ତି ଫେରୁନାହିଁ । ଯାହା ଏବେ ଲୋକଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତାର କାରଣ ପାଲଟିଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୂଯାଇ ଯଦି କେହି କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ମଧ୍ୟ ସ୍ୱାଦ ଏବଂ ଗନ୍ଧ (ସ୍ୱାଦ ଏବଂ ଗନ୍ଧ କରିବାର କ୍ଷମତା) ପାଆନ୍ତି ନାହିଁ, ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ । ଏହା ଏକ ବଡ ସମସ୍ୟା ନୁହେଁ । ଏହା କିଛି ଦିନରୁ କିଛି ମାସ ନେଇପାରେ ।

ଯେତେବେଳେ କରୋନା ଭୂତାଣୁ ଆମର ସ୍ନାୟୁ ପ୍ରଣାଳୀ କୁ ପ୍ରଭାବିତ କରେ ସେତେବେଳେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣଙ୍କ ନିଜର ସ୍ୱାଦ ଏବଂ ଗନ୍ଧ ହରାଇଥାଏ । କିନ୍ତୁ ଧୀରେ ଧୀରେ ଏହା ସ୍ୱାଭାବିକ ମଧ୍ୟ ହୋଇଥାଏ ।

ଏହା ସହିତ ସାଧାରଣ ଭାବରେ ନିଜର ନିତ୍ୟକର୍ମ କରିବା ସହିତ ସୁଷମ ଖାଦ୍ୟ ଓ ପ୍ରଚୁର ପାଣି ପିଇବାର ଆବଶ୍ୟକତା ରହିଛି ଯାହା ଦ୍ୱାରା ଆମ ଶରୀର ସନ୍ତୁଳିତ ରହିଥାଏ ଓ ଶୀଘ୍ର ସ୍ୱାଦ ଓ ଗନ୍ଧ ବାରିବାର ଶକ୍ତି ଫେରିଥାଏ । ଏହା ସହିତ ନିୟମିତ ଭାବରେ ବାୟାମ କରିବାକୁ ମଧ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ପରାମର୍ଶ ଦେଉଛନ୍ତି ।

  • Tags:

Subscribe

National International State Sports Entertainment