ନୂଆଦିଲ୍ଲୀ: ଭାରତ ବିପକ୍ଷ ପରାଜୟ ପରେ ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ପାକିସ୍ତାନୀ ଖେଳାଳିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଚାମ୍ପିୟନ୍ସ ଟ୍ରଫି ୨୦୨୫ର ପଞ୍ଚମ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍ ପରେ ଶୋଏବ ଅଖତର ନିରାଶ ହୋଇଥିଲେ। ମ୍ୟାନେଜମେଣ୍ଟ ଦ୍ୱାରା ନିଆଯାଇଥିବା ଚୟନ ନିଷ୍ପତ୍ତି ଏବଂ ବର୍ତ୍ତମାନର ପାକିସ୍ତାନ ଦଳରେ ଗୁଣବତ୍ତାର ଅଭାବ ଦେଖି ସେ ପୂର୍ବରୁ ଜାଣିଥିଲେ ଯେ ଏପରି କିଛି ଘଟିବ।
ନିଜ ଏକ୍ସ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ସୋଏବ ଅଖତର ପାକିସ୍ତାନୀ ଖେଳାଳିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ବହୁତ ନିରାଶ ଅଛନ୍ତି ବୋଲି ଲୋକେ କହୁଛନ୍ତି ବୋଲି ସେ କହିଛନ୍ତି। ମୁଁ ଆଦୌ ନିରାଶ ନୁହେଁ। ଏହାର କାରଣ ହେଉଛି ମୁଁ ପୂର୍ବରୁ ଜାଣିଥିଲି ଯେ ଏହା ହେବାକୁ ଯାଉଛି। ଦୁନିଆ ୬ ଜଣ ବୋଲରଙ୍କୁ ନେଇ ଖେଳୁଛି ଏବଂ ଆପଣ ୫ ଜଣଙ୍କୁ ମଧ୍ୟ ସମ୍ଭାଳି ପାରିବେ ନାହିଁ । ଆପଣ ଅଲରାଉଣ୍ଡରଙ୍କ ସହ ଯାଆନ୍ତୁ, ମୁଁ ଜାଣେ ନାହିଁ ଆପଣ କ'ଣ ଭାବୁଛନ୍ତି।
ସେ କହିଛନ୍ତି ପରିଚାଳନାରେ ହେଉ ନା କାହିଁକି ଏଠାରେ ବୁଦ୍ଧିର ଅଭାବ ସ୍ପଷ୍ଟ ଭାବେ ରହିଛି। ମୁଁ ପ୍ରକୃତରେ ନିରାଶ। ଏବେ ଆମେ ଖେଳାଳିଙ୍କୁ କ'ଣ କହିବୁ? ଖେଳାଳିମାନେ ମ୍ୟାନେଜମେଣ୍ଟ ଭଳି। କ'ଣ କରିବା ଦରକାର ତାହା ସେମାନେ ଜାଣନ୍ତି ନାହିଁ। କୌଣସି ଜିନିଷ ପାଇଁ ଇଚ୍ଛା ରଖିବା ଏକ କଥା, କିନ୍ତୁ ସେମାନଙ୍କ ପାଖରେ ଦକ୍ଷତା ମଧ୍ୟ ନାହିଁ। ସେମାନେ ରୋହିତ, ବିରାଟ କିମ୍ବା ଶୁଭମନଙ୍କ ଭଳି ମହାନ ସଟ୍ ଖେଳି ବାୟୁରେ ବଲ୍ ମାରିବେ। ପ୍ରକୃତରେ ନିରାଶ। ମୁଁ ଅନୁଭବ କରୁଛି ଯେ ନା ଖେଳାଳିମାନେ କିଛି ଜାଣନ୍ତି ନା ଟିମ୍ ମ୍ୟାନେଜମେଣ୍ଟ। କ'ଣ କରିବା ଦରକାର ସେ ବିଷୟରେ କିଛି ନ ଜାଣି ସେମାନେ ସେଠାକୁ ଖେଳିବାକୁ ଯାଇଥିଲେ।
ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତୀୟ ଦଳ ୪୫ ବଲ୍ ବାକି ଥାଇ ପାକିସ୍ତାନକୁ ୬ ଓ୍ଵିକେଟରେ ପରାସ୍ତ କରିଛି। ଏହା କ୍ରମାଗତ ଦ୍ବିତୀୟ ପରାଜୟ ସହ ପାକିସ୍ତାନ ଦଳ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଗ୍ରୁପ୍ ଏ'ର ଶେଷ ସ୍ଥାନରେ ପହଞ୍ଚିଛି। ଏବେ ଚାମ୍ପିୟନ୍ସ ଟ୍ରଫିର ସେମିଫାଇନାଲରେ ପହଞ୍ଚିବା ପାଇଁ ପାକିସ୍ତାନ ଦଳ ପାଇଁ ବାଟ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୪୯.୪ ଓଭରରେ ୨୪୧ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଜବାବରେ ବିରାଟ କୋହଲିଙ୍କ ଅପରାଜିତ ୧୦୦ ରନ୍ ବଳରେ ଭାରତ ୪୨.୩ ଓଭରରେ ୪ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା।
ଅଧିକ ପଢ଼ନ୍ତୁ: ଫର୍ମକୁ ଆସିଲେ ବିରାଟ କୋହଲି, ଜିତିଲା ଟିମ୍ ଇଣ୍ଡିଆ