ନୂଆଦିଲ୍ଲୀ: ପିଏମ କିଷାନ ସମ୍ମାନ ନିଧିର ୧୯ତମ କିସ୍ତିକୁ ଅପେକ୍ଷା କରିଥିବା ଦେଶର କୋଟି କୋଟି କୃଷକଙ୍କ ପ୍ରତୀକ୍ଷାର ଆଜି ଅନ୍ତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ଭାଗଲପୁରରେ ଏକ ବଟନ ଦବାଇ ଦେଶର ୯.୮୦ କୋଟି କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ କିଷାନ ସମ୍ମାନ ନିଧିର ୧୯ତମ କିସ୍ତି ହସ୍ତାନ୍ତର କରିବେ।
ଭାଗଲପୁରରେ ଅପରାହ୍ନ ୨ଟାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି, ଯେଉଁଠାରେ ସେ ସିଧାସଳଖ ୨୦୦୦ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଯୋଗ ଦେବେ। ଏହା ପୂର୍ବରୁ ଶିବରାଜ ସିଂ ଚୌହାନ କହିଥିଲେ ଯେ ଭାଗଲପୁରରେ ଦେଶବ୍ୟାପୀ ଭବ୍ୟ କୃଷକ ସମ୍ମାନ ସମାରୋହ ଆୟୋଜନ କରାଯାଉଛି। ଏହି ସମ୍ମିଳନୀ ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୯ତମ କିସ୍ତି ଅଧୀନରେ କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦ ଟଙ୍କା ଟ୍ରାନ୍ସଫର କରିବେ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ପୂର୍ବ ୧୮ତମ କିସ୍ତିରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ୨୦,୬୬୫ କୋଟି ଟଙ୍କା ପ୍ରଦାନ କରିଥିଲା।
ଫେବ୍ରୁଆରି ୨୪ରେ ପ୍ରାୟ ୯.୮୦ କୋଟି କୃଷକଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିବା ୧୯ତମ କିସ୍ତିରେ ପ୍ରାୟ ୨୨,୦୦୦ କୋଟି ଟଙ୍କା ମିଳିବ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୯ କୋଟି ୬୦ ଲକ୍ଷ କୃଷକଙ୍କ ଆକାଉଣ୍ଟରେ ଏହି ପାଣ୍ଠିରୁ ଟଙ୍କା ଆସିଛି। ଏଥର ପାଖାପାଖି ୯ କୋଟି ୮୦ ଲକ୍ଷ କୃଷକଙ୍କୁ ୨୨ ହଜାର କୋଟି ଟଙ୍କା ହସ୍ତାନ୍ତର କରାଯିବ। ପାଖାପାଖି ଅଢ଼େଇ କୋଟି କୃଷକ ଏହି କାର୍ଯ୍ୟକ୍ରମରେ ଉଭୟ ଶାରୀରିକ ଓ ଭର୍ଚୁଆଲ ଭାବେ ଯୋଗଦେବେ ବୋଲି କୃଷିମନ୍ତ୍ରୀ କହିଛନ୍ତି।
ଅଧିକ ପଢ଼ନ୍ତୁ: ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଦକ୍ଷିଣପନ୍ଥୀ ସରକାର