ୱାଶିଂଟନ୍: ହ୍ୱାଇଟ୍ ହାଉସରେ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବିତୀୟ ରାଷ୍ଟ୍ରପତି କାର୍ଯ୍ୟକାଳ ଆରମ୍ଭ ହେବା ପରେ ଆମେରିକା ଓ କାନାଡା ମଧ୍ୟରେ ସମ୍ପର୍କ କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ଡୋନାଲ୍ଡ ଟ୍ରମ୍ପଙ୍କ ବନ୍ଧୁ ତଥା ସହଯୋଗୀ ଟେସ୍ଲା ମାଲିକ ଏଲନ୍ ମସ୍କ ପ୍ରତ୍ୟେକ ନିଷ୍ପତ୍ତିରେ ତାଙ୍କୁ ସମର୍ଥନ କରୁଛନ୍ତି। କାନାଡାକୁ ଆମେରିକାର ଏକ ଅଂଶ କରିବା ପାଇଁ ଟ୍ରମ୍ପଙ୍କ ଘୋଷଣାକୁ ମଧ୍ୟ ମସ୍କ ସମର୍ଥନ କରିଥିଲେ। ଏବେ କାନାଡାରେ ଏଲନ୍ ମସ୍କଙ୍କ ବିରୋଧରେ ବିକ୍ଷୋଭ ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ, କୋଟିପତି ଏଲନ୍ ମସ୍କ ଆମେରିକା, କାନାଡା ଓ ଦକ୍ଷିଣ ଆଫ୍ରିକା ସମେତ ତିନୋଟି ଦେଶର ନାଗରିକତା ହାସଲ କରିଛନ୍ତି। ଅନ୍ୟପକ୍ଷରେ କାନାଡାରେ ଏନଡିପି ସାଂସଦ ଚାର୍ଲି ଆଙ୍ଗସ ସଂସଦରେ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏଲନ୍ ମସ୍କଙ୍କ ଦ୍ବିତୀୟ ନାଗରିକତା ଏବଂ କାନାଡାର ପାସପୋର୍ଟ ରଦ୍ଦ କରନ୍ତୁ। ଏହି ଦାବିକୁ ନେଇ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ସାଂସଦ ଆଙ୍ଗସ ଏକ ଇଲେକ୍ଟ୍ରୋନିକ୍ ପିଟିସନ୍ ଆରମ୍ଭ କରିଛନ୍ତି, ଯେଉଁଥିରେ ସରକାର ଯଥାଶୀଘ୍ର ପଦକ୍ଷେପ ନେବାକୁ ଦାବି କରିଛନ୍ତି।
କୋଟିପତି ଏଲନ୍ ମସ୍କ ଟ୍ରମ୍ପ ପ୍ରଶାସନରେ ଥିବା ସମୟରେ କାନାଡାର ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ତାଙ୍କ ସମ୍ପତ୍ତି ଏବଂ କ୍ଷମତାର ବ୍ୟବହାର କରିଥିବା ଅଭିଯୋଗ ଆଣିଛି ଏବଂ କହିଛି ଯେ ସେ କାନାଡାର ଜାତୀୟ ସ୍ୱାର୍ଥ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି। ଅନଲାଇନ୍ ପିଟିସନରେ ଲେଖାଯାଇଛି ଯେ, ଏଲନ୍ ମସ୍କ ଏବେ କାନାଡାର ସାର୍ବଭୌମତ୍ୱକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିବା ଏକ ବିଦେଶୀ ସରକାରଙ୍କ ସଦସ୍ୟ।
ଏଲନ୍ ମସ୍କ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ବ୍ୟବହାର କରି କାନାଡା ରାଜନୀତି ଉପରେ ଅନେକ ଥର ମନ୍ତବ୍ୟ ଦେଇଛନ୍ତି । ଏହାବ୍ୟତୀତ ସେ ବିରୋଧୀ କଞ୍ଜରଭେଟିଭ୍ ପାର୍ଟିର ନେତା ପିଏରେ ପୋଲିଭରେଙ୍କୁ ସମର୍ଥନ କରିବା ସହ ଜଷ୍ଟିନ ଟ୍ରୁଡୋଙ୍କୁ ଜଣେ ଖରାପ ନେତା ବୋଲି ବର୍ଣ୍ଣନା କରିଛନ୍ତି।
କାନାଡା ସଂସଦର ନୂଆ ଅଧିବେଶନ ଆରମ୍ଭରେ ସାଂସଦଙ୍କ ଆବେଦନକୁ ହାଉସ୍ ଅଫ୍ କମନ୍ସରେ ଉପସ୍ଥାପନ କରାଯିବ। କାନାଡାର ଏଲନ୍ ମସ୍କଙ୍କ ପ୍ରତି କ୍ରୋଧ ପ୍ରକାଶ କରି ହଜାର ହଜାର କାନାଡାବାସୀ ସାଂସଦଙ୍କ ପିଟିସନରେ ଦସ୍ତଖତ କରିଛନ୍ତି।
ଅଧିକ ପଢ଼ନ୍ତୁ: ଭାରତଠାରୁ ଶୋଚନୀୟ ପରାସ୍ତ ପରେ ସୋଏବ ଅଖତରଙ୍କ କ୍ରୋଧ