ମୁମ୍ବାଇ: ମୁମ୍ବାଇର ଲାଲବାଗଚା ଅଞ୍ଚଳରେ ବୁଧବାର ଭକ୍ତମାନେ ଭଗବାନ ଗଣପତିଙ୍କ ମୂର୍ତ୍ତିକୁ ଧୁମ୍ଧାମରେ ବିସର୍ଜନ କରିଛନ୍ତି। ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ମଧ୍ୟ ବିସର୍ଜନରେ ଅଂଶଗ୍ରହଣ କରିଥିଲେ। ହଜାର ହଜାର ଶ୍ରଦ୍ଧାଳୁ ପୂଜାର୍ଚ୍ଚନା ପରେ ମୂର୍ତ୍ତି ବିସର୍ଜନ କରିଥିଲେ। ୧୦ ଦିନ ଧରି ଚାଲିଥିବା ଗଣେଶ ମହୋତ୍ସବ ମଙ୍ଗଳବାର ଶେଷ ହୋଇଛି।
ବୁଧବାର ସକାଳେ ମୁମ୍ବାଇର ଗିରଗାଓଁ ବେଳାଭୂମି ନିକଟ ଆରବ ସାଗରରେ ଭଗବାନ ଗଣପତିଙ୍କ ମୂର୍ତ୍ତି ବିସର୍ଜନ କରାଯାଇଥିଲା। ବିସର୍ଜନ ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସହ ଅନନ୍ତ ଅମ୍ବାନୀ ମଧ୍ୟ ଉପସ୍ଥିତ ଥିଲେ। ଏହା ପୂର୍ବରୁ ମୁକେଶ ଅମ୍ବାନୀ, ପୁଅ ଅନନ୍ତ ଅମ୍ବାନୀ, ବୋହୂ ରାଧିକା ମର୍ଚାଣ୍ଟ ଓ ଶ୍ଲୋକା ମେହେଟ୍ଟାଙ୍କ ସହ 'ଲାଲବାଗଚା ରାଜା'ଙ୍କୁ ପୂଜାର୍ଚ୍ଚନା କରିଥିଲେ।
ଭଗବାନ ଗଣପତିଙ୍କ ପ୍ରତି ଅନନ୍ତ ଅମ୍ବାନୀଙ୍କର ଗଭୀର ଶ୍ରଦ୍ଧା ରହିଛି। ସେଥିପାଇଁ ଚଳିତ ବର୍ଷ ସେ 'ଲାଲବାଗଚା ରାଜା'ଙ୍କୁ ୨୦ କେଜି ସୁନା ମୁକୁଟ ଅର୍ପଣ କରିଥିଲେ। ଏହାର ମୂଲ୍ୟ ୧୫ କୋଟି ଟଙ୍କା। ତେବେ ବିସର୍ଜନ ପୂର୍ବରୁ ଏହି ମୁକୁଟକୁ ରଖାଯାଇ ଥିଲା। ବିସର୍ଜନ ଶେଷ ପର୍ଯ୍ୟନ୍ତ ଅନନ୍ତ ଅମ୍ବାନୀ ଗିରଗାଓଁ ଚୌପାଟି ବେଳାଭୂମିରେ ଉପସ୍ଥିତ ଥିଲେ। ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନନ୍ତ ଅମ୍ବାନୀଙ୍କ ଶ୍ରଦ୍ଧାକୁ ଲୋକେ ଖୁବ ପସନ୍ଦ କରୁଛନ୍ତି।
ଅଧିକ ପଢ଼ନ୍ତୁ: ମନ ମୋହୁଛି ଲାଲବାଗ ରାଜାଙ୍କ ଭବ୍ୟ ପ୍ରତିମା