ଚେନ୍ନାଇ: ତାମିଲନାଡୁ କ୍ରୀଡ଼ାମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଖୁବଶୀଘ୍ର ଉଦୟନିଧିଙ୍କ ପଦୋନ୍ନତି ନେଇ ଘୋଷଣା ହେବ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି।
ଉଦୟନିଧିଙ୍କ ପଦୋନ୍ନତି ପାଇଁ ପ୍ରସ୍ତୁତି ଚାଲିଛି। ନିକଟରେ ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ଦ୍ରାବିଡ଼ ମୁନେତ୍ର କଜଗମ (ଡିଏମକେ)ର ବିଜୟ ଉଦୟନିଧି ଏବଂ ତାଙ୍କ ପ୍ରଚାର ଯୋଗୁଁ ହୋଇଥିଲା। ଉଦୟନିଧିଙ୍କ ଉନ୍ନତି ଦଳକୁ ୨୦୨୬ ତାମିଲନାଡ଼ୁ ନିର୍ବାଚନଜିତିବାରେ ସହାୟକ ହେବ ବୋଲି କୁହାଯାଉଛି।
ସନାତନ ଧର୍ମକୁ ନେଇ ଉଦୟନିଧିଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ଡିଏମକେକୁ ହିନ୍ଦୁ ବିରୋଧୀ ଦଳ ବୋଲି କହିଛି। ଗତବର୍ଷ ସେପ୍ଟେମ୍ବରରେ ଉଦୟନିଧି ସନାତନ ଧର୍ମକୁ ପ୍ରତ୍ୟାଖ୍ୟାନ କରାଯିବା ଉଚିତ ବୋଲି କହିବା ଏବଂ ପ୍ରତିକ୍ରିୟାର ସମ୍ମୁଖୀନ ହେବା ପରେ ଡିଏମକେ ଯୁବ ଶାଖା ସମ୍ପାଦକ ତାଙ୍କ ଆଭିମୁଖ୍ୟକୁ ସମର୍ଥନ କରିଥିଲେ।
ବିଜେପି ମୁଖପାତ୍ର ନାରାୟଣ ତିରୁପତି କହିଛନ୍ତି, ଉଦୟନିଧିଙ୍କୁ ପରିପକ୍ୱ ହେବାକୁ ପଡ଼ିବ। ଉପମୁଖ୍ୟମନ୍ତ୍ରୀ ହେବାର ତାଙ୍କଠାରେ କ୍ଷମତା ନାହିଁ। ଆପଣ ଡିଏମକେ ଠାରୁ ଅଧିକ ଆଶା କରିପାରିବେ ନାହିଁ।
ଅଧିକ ପଢ଼ନ୍ତୁ: ଆକ୍ରମଣ ପରେ ଟ୍ରମ୍ପଙ୍କୁ ଫୋନ୍ କରିଥିଲେ ହାରିସ୍