ସିଲିଗୁଡ଼ି: ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ ହୋଇଛି। ଏହି ଆଇନ ଅନୁଯାୟୀ କେତେ ଲୋକ ନାଗରିକତା ନେଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଭାରତୀୟ ନାଗରିକତା ଦଶ ହଜାର ଟଙ୍କାରେ ବିକ୍ରି ହେଉଛି। ଜାଲ୍ ଆଧାରରେ ପାନ୍ କାର୍ଡ ଓ ଭୋଟର କାର୍ଡ ତିଆରି ବ୍ୟବସାୟ ଜାରି ରହିଛି। ମାତ୍ର ୧୦ ହଜାର ଟଙ୍କାରେ ତିଆରି ହେଉଛି ନକଲି ଆଧାର କାର୍ଡ। ନେପାଳୀ ଓ ବାଂଲାଦେଶୀମାନେ ଏହି ବଳରେ ଭାରତୀୟ ନାଗରିକତା ହାସଲ କରୁଛନ୍ତି।
ମିଲିଟାରୀ ଇଣ୍ଟେଲିଜେନ୍ସର ସୂଚନା ଆଧାରରେ ଆଧାର କାର୍ଡ ଜାଲ୍ କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଜାଲିଆତି ଓ ଠକେଇ ଅଭିଯୋଗରେ ଅଭିଯୁକ୍ତ ସଞ୍ଜୟ ସରକାରଙ୍କୁ ଶନିବାର ସିଲିଗୁଡ଼ି କୋର୍ଟରେ ହାଜର କରାଯାଇଥିଲା। ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ପୁଲିସକୁ ହସ୍ତାନ୍ତର କରାଯାଇଛି। ପୁଲିସ ତାଙ୍କୁ ପଚରାଉଚରା କରିବା ସହ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଠାବ କରିବାକୁ ଚେଷ୍ଟା କରୁଛି। ସେ ୧୦ ହଜାର ଟଙ୍କା ନେଇ ନେପାଳନାଗରିକଙ୍କ ପାଇଁ ଆଧାର କାର୍ଡ ତିଆରି କରିଥିଲେ।
ସିଲିଗୁଡ଼ି ନିକଟସ୍ଥ ଫନସେଦୱା ଅଞ୍ଚଳରେ ବାଂଲାଦେଶ ଓ ନେପାଳର ବହୁ ସଂଖ୍ୟକ ଲୋକ ଦ୍ବିତୀୟ ନାଗରିକ। ଏହି ଅଞ୍ଚଳ ବାଂଲାଦେଶ ସୀମାରେ ରହିଛି। ପୁଲିସ ବାଂଲାଦେଶୀ ଲୋକଙ୍କୁ ମଧ୍ୟ ଧରିଛି ଯେଉଁମାନଙ୍କ ଠାରୁ ଭାରତୀୟ ଆଧାର କାର୍ଡ ମିଳିଛି। ଜା
ନକ୍ସଲବାରୀ ଏସ୍ଡିପିଓ ନେହା ଜୈନ କହିଛନ୍ତି, ଲିଆତି ଓ ଠକେଇ ଅଭିଯୋଗରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ତାଙ୍କ ଦୋକାନରୁ ୨ଟି କମ୍ପ୍ୟୁଟର, ୪ଟି ନକଲି ଆଧାର କାର୍ଡ, ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଛି। ପ୍ରମାଣ ଆଧାରରେ ତଦନ୍ତକୁ ଆଗେଇ ନିଆଯାଉଛି। ନକଲି ପାସପୋର୍ଟ ପ୍ରସଙ୍ଗରେ ମଧ୍ୟ ତଦନ୍ତ ଚାଲିଛି, କିନ୍ତୁ କୌଣସି ପ୍ରମାଣ ମିଳିନାହିଁ।
ଅଧିକ ପଢ଼ନ୍ତୁ: ରାଞ୍ଚିରେ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମେଗା ରୋଡ୍ ଶୋ’