ଆଲାପୁଜା: କେରଳ ରାଜ୍ୟ ସଡ଼କ ପରିବହନ ନିଗମ (କେଏସଆରଟିସି)ର ଏକ ବସ୍ ସୋମବାର ରାତିରେ କେରଳର ଆଲାପୁଜାଠାରେ ଏକ କାର୍ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ କାର୍ରେ ଥିବା ୫ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତେ ଏମବିବିଏସ ଛାତ୍ର ଥିଲେ। ପୁଲିସ ସୂଚନା ଅନୁଯାୟୀ, ରାତି ପ୍ରାୟ ୧୦ଟା ବେଳେ କଳାରକୋଡ଼ ନିକଟରେ ଏହି ଦୁର୍ଘଟଣା ଘଟିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଧକ୍କାରେ କାର୍ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ଏବଂ ଯାତ୍ରୀମାନଙ୍କୁ ବାହାରକୁ ଅଣାଯାଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ ବୋଲି ପୁଲିସ କହିଛି। ଏମାନେ ସମସ୍ତେ ସରକାରୀ ମେଡିକାଲ କଲେଜର ଏମବିବିଏସ୍ (ବ୍ୟାଚେଲର ଅଫ୍ ମେଡିସିନ୍ ଓ ବ୍ୟାଚେଲର ଅଫ୍ ସର୍ଜରୀ)ର ଛାତ୍ର ବୋଲି ଜଣାପଡ଼ିଛି। କାର୍ ରେ ୭ ଜଣ ଥିଲେ, ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି। ବସ୍ ରେ ଥିବା ଅନ୍ୟ ଦୁଇ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲେ ହେଁ ଏହାର କାରଣ ଜଣାପଡ଼ିନାହିଁ।
ସୂଚନାଯୋଗ୍ୟ, ଗତ ବୁଧବାର ଦିନ ଉତ୍ତରପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ୱେରେ ଦ୍ରୁତଗତିରେ ଆସୁଥିବା ଏକ କାର୍ ଡିଭାଇଡର ସହ ଧକ୍କା ହୋଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ମିନି ପିଜିଆଇରେ କାର୍ଯ୍ୟରତ ୫ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଥିଲା। ମୁରାଦାବାଦସ୍ଥିତ ବୁଦ୍ଧବିହାର ମଝୋଲା ଯୋଜନା ନଂ-୪, ଫେଜ୍-୨, ୯ବି, ୫୬୮, ଆଗ୍ରାର କମଳା ନଗରର ଡାକ୍ତର ଅନିରୁଦ୍ଧ ଓରଫ ପବନ କୁମାର ବର୍ମା(୨୯), ଭଦୋହିର ସନ୍ଥ ରବିଦାସ ନଗରରେ ରହୁଥିବା ଜିତ ନାରାୟଣ ମୌର୍ଯ୍ୟ(୩୪), ୩୪ ବର୍ଷୀୟ ଡାକ୍ତର ଅରୁଣ କୁମାର ଓରଫ ଅଙ୍ଗଦ ଲାଲ, ୩୪ ବର୍ଷୀୟ ଡ. ବରେଲି ବାଇପାସ୍ ରୋଡ୍ରେ ରହୁଥିବା ରାମ ଲଖନ ଗଙ୍ଗୱାରଙ୍କ ପୁଅ ୩୫ ବର୍ଷିୟ ଡାକ୍ତର ନରଦେବଙ୍କ ସମେତ ୬ ଜଣ ମଙ୍ଗଳବାର ସନ୍ଧ୍ୟାରେ ସ୍କର୍ପିଓରେ ଲକ୍ଷ୍ନୌରେ ଜଣେ ବନ୍ଧୁଙ୍କ ବିବାହରେ ଯୋଗ ଦେବାକୁ ଯାଇଥିଲେ।
ଅଧିକ ପଢ଼ନ୍ତୁ: ଶ୍ରୀନଗରରେ ଜଣେ ଆତଙ୍କବାଦୀ ନିପାତ