ହାଇଦ୍ରାବାଦ୍: ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ଆଜି (ଡିସେମ୍ବର ୪) ସକାଳେ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୫.୩ ରହିଥିଲା। ଭୂମିକମ୍ପ ପରେ ଭୂମିକମ୍ପରେ କେତେ କ୍ଷୟକ୍ଷତି ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସୂଚନା ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୭ଟା ୨୭ ମିନିଟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା।
କେମିତି ହୋଇଥାଏ ଭୂମିକମ୍ପ?
ବୈଜ୍ଞାନିକ ରୂପେ ବୁଝିବା ପାଇଁ ଆମକୁ ପୃଥିବୀର ଗଠନକୁ ବୁଝିବାକୁ ପଡ଼ିବ। ପୃଥିବୀ ଟେକ୍ଟୋନିକ ପ୍ଲେଟ୍ ଉପରେ ରହିଛି। ଏହାର ତଳେ ତରଳ ପଦାର୍ଥ ଲାଭା ଅଛି ଏବଂ ଏହାରି ଉପରେ ଟେକ୍ଟୋନିକ ପ୍ଲେଟ୍ସ ପହଁରୁଛି। ଅନେକ ସମୟରେ ଏହି ପ୍ଲେଟ୍ଗୁଡ଼ିକ ନିଜନିଜ ଭିତରେ ଧକ୍କା ହୋଇଥାଏ। ବାରମ୍ବାର ଧକ୍କା ହେବା ଫଳରେ ପ୍ଲେଟର ଗତିପଥରେ ପରିବର୍ତ୍ତନ ହୋଇଥାଏ। ଅଧିକ ଚାପ ପଡ଼ିଲେ ଏହା ଭାଙ୍ଗିଯାଏ। ତେଣୁ ନିମ୍ନ ଭାଗରୁ ବାହାରୁଥିବା ଶକ୍ତି ବାହାରକୁ ଆସିଥାଏ। ଯେତେବେଳେ ଏହା ସନ୍ତୁଳନ ହରାଇଥାଏ, ସେହି ସମୟରେ ଭୂମିକମ୍ପ ହୋଇଥାଏ।
କେମିତି ମପାଯାଏ ତୀବ୍ରତା?
ଭୂମିକମ୍ପକୁ ରିକ୍ଟର ସ୍କେଲରେ ମପାଯାଇଥାଏ। ରିକ୍ଟର ସ୍କେଲ ଭୂମିକମ୍ପର ତରଂଗର ତୀବ୍ରତା ମାପିବାର ଏକ ଗଣିତୀୟ ପଦ୍ଧତି। ଏହାକୁ ରିକ୍ଟର ମ୍ୟାଗ୍ନିଚ୍ୟୁଡ ଟେଷ୍ଟ ସ୍କେଲ କୁହାଯାଇଥାଏ। ରିକ୍ଟର ସ୍କେଲରେ ଭୂମିକମ୍ପକୁ ଏହାର କେନ୍ଦ୍ର ଅର୍ଥାତ ଏପିସେଣ୍ଟର ରୁ ୧ରୁ ୯ ପର୍ଯ୍ୟନ୍ତ ଆଧାରରେ ମପାଯାଇଥାଏ। ଏହି ସ୍କେଲ ଭୂମିକମ୍ପ ସମୟରେ ପୃଥିବୀ ଭିତରରୁ ବାହାରିଥିବା ଶକ୍ତି ଆଧାରରେ ତୀବ୍ରତା ମପାଯାଏ।
ଅଧିକ ପଢ଼ନ୍ତୁ: ମହିଳା ପଢ଼ିପାରିବେନି ନର୍ସିଂ ପାଠ