ଭୁବନେଶ୍ୱର: ପାଞ୍ଚ ମାସର ବିଜେପି ସରକାରକୁ ଦୋଷ ଦେଉଥିବା ବିଜେଡ଼ି ନିଜର ୨୪ ବର୍ଷର ସରକାରରେ ଗୋଟିଏ ବି ସୂତାକଳକୁ ଚାଲୁ ରଖି ପାରିଲେ ନାହିଁ । ରାଜ୍ୟରେ ବର୍ତ୍ତମାନ କୌଣସି ବି ସୂତା କଳ କାର୍ଯ୍ୟକ୍ଷମ ନାହିଁ । ପୂର୍ବରୁ ରାଜ୍ୟରେ ୭ଟି ସୂତାକଳ ଥିବା ବେଳେ ବର୍ତ୍ତମାନ ସେ ସବୁ ବନ୍ଦ ହୋଇ ପଡ଼ିଛି । ଆଜି ଗୃହରେ ଏଭିଳି କିଛି ଉତ୍ତର ରଖିଛନ୍ତି ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।
ବିଧାୟକ ଚକ୍ରମଣୀ କହଁରଙ୍କ ପ୍ରଶ୍ନରେ ମନ୍ତ୍ରୀ ଲିଖିତ ତଥ୍ୟ ରଖିଛନ୍ତି । ରାଜ୍ୟରେ ବର୍ତ୍ତମାନ କୌଣସି ବି ସୂତା କଳ କାର୍ଯ୍ୟକ୍ଷମ ନାହିଁ । ପୂର୍ବରୁ ରାଜ୍ୟରେ ୭ଟି ସୂତାକଳ ଥିବା ବେଳେ ବର୍ତ୍ତମାନ ସେ ସବୁ ବନ୍ଦ ହୋଇ ପଡ଼ିଛି । ରାଜ୍ୟର ସମସ୍ତ ସୂତାକଳ ବର୍ତ୍ତମାନ ଅଚଳାବସ୍ଥାରେ ପଡ଼ି ରହିଥିବାରୁ ଶ୍ରମିକମାନେ କାର୍ଯ୍ୟରତ ନାହାନ୍ତି । ଓଡ଼ିଶାରେ ୧ ଲକ୍ଷ ୨୫ ହଜାର ୧୬୦ ଜଣ ହସ୍ତତନ୍ତ ବୁଣାକାର ଓ ୪ ହଜାର ୬୨୪ ଜଣ କଳତନ୍ତ ବୁଣାକାର ଅଛନ୍ତି ।
ଅଚଳାବସ୍ଥାରେ ଥିବା ସୂତାକଳ ଗୁଡିକରେ ଘରୋଇ କରଣ ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଜାରି ରହିଛି । ଏଥିପାଇଁ ବିଦେଶୀ ପୁଞ୍ଜିପତିମାନଙ୍କୁ ନିମନ୍ତ୍ରଣ କରିବା ସହ ପୁନରୁଦ୍ଧାର କରିବା ପାଇଁ କେତେ ଅର୍ଥର ଆବଶ୍ୟକ ଅଛି ତାହାର ଆକଳନ କରାଯାଇ ନାହିଁ ବୋଲି ମନ୍ତ୍ରୀ ଉତ୍ତରରେ କହିଛନ୍ତି ।