ଦକ୍ଷିଣ ଦିଲ୍ଲୀ: ଜାତୀୟ ରାଜଧାନୀର ନେବ ସରାଇ ଅଞ୍ଚଳରେ ଗୋଟିଏ ପରିବାରର ୩ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଦମ୍ପତି ଓ ତାଙ୍କ ଝିଅଙ୍କୁ ଘରେ ପଶି ହତ୍ୟା କରାଯାଇଛି।
ପୁଅ ସକାଳୁ ବୁଲି ଘରକୁ ଫେରିବା ପରେ ୩ ଜଣଙ୍କ ମୃତଦେହ ଘରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଫଳରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା ଏବଂ ସେ ଅଚେତ ହୋଇପଡ଼ିଥିଲେ।
ଭୋର ୫ଟାରେ ପୁଅ ସକାଳୁ ବୁଲିବାକୁ ଯାଇ ସାତଟାରେ ଘରକୁ ଫେରି ଦେଖିଲେ ଯେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଏହି ଦମ୍ପତିଙ୍କ ବିବାହ ବାର୍ଷିକୀ ଥିଲା। ମୃତକମାନେ ହେଲେ ରାଜେଶ ତନୱର, କୋମଲ ଓ କବିତା। ସକାଳ ୫ଟାରୁ ୭ଟା ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିଲା।
ଏହି ବ୍ୟକ୍ତିମାନେ ମୂଳତଃ ହରିୟାଣାର ବାସିନ୍ଦା ଥିଲେ। କିନ୍ତୁ ବର୍ଷ ବର୍ଷ ଧରି ଦକ୍ଷିଣ ଦିଲ୍ଲୀର ଦେଓଲି ଗ୍ରାମରେ ରହୁଥିଲେ। ତିନି ଜଣଙ୍କୁ ବେକରେ ଛୁରି ଭୁସି ହତ୍ୟା କରାଯାଇଛି। ପୁଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ: ପର୍ଯ୍ୟବେକ୍ଷକଙ୍କ ବୈଠକ ପରେ ହେବ ନାମ ଘୋଷଣା!