ଚାଇନାର ଏଆଇ ଷ୍ଟାର୍ଟଅପ୍ ‘ଡିପସିକ୍’ ସାରା ବିଶ୍ୱକୁ ଦୋହଲାଇଛି । ଏହି ଆପ୍ ChatGPT, ଓପନ୍ଏଆଇ ଏବଂ ମେଟା ଭଳି ପ୍ଲାଟଫର୍ମର ବିକଳ୍ପ ବୋଲି କୁହାଯାଉଛି। ‘ଡିପସିକ୍’ ବଜାରକୁ ଆସିବା ମାତ୍ରେ ଏହାର ଲୋକପ୍ରିୟତା ଆକାଶଛୁଆଁ ହେବା ସହ ଏଆଇ କମ୍ପାନୀଗୁଡ଼ିକ ମଧ୍ୟରେ ହଇଚଇ ସୃଷ୍ଟି କରିଛି। ChatGPT ଭଳି ପ୍ଲାଟଫର୍ମ ବ୍ୟବହାରକାରୀମାନଙ୍କୁ ସେମାନଙ୍କର ଉନ୍ନତ ସେବା ପାଇଁ ଦେୟ ଦେବାକୁ ପଡ଼ୁଥିବା ବେଳେ, ଏହା ଏହାର ସମ୍ପୂର୍ଣ୍ଣ ସେବା ମାଗଣାରେ ପ୍ରଦାନ କରୁଛି। ଆମେରିକା ଏଆଇ ତୁଳନାରେ ଚୀନର ଏଆଇ ଟେକ୍ନୋଲୋଜୀ ଅଧିକ ବିକଶିତ ବୋଲି କୁହାଯାଉଛି । ଦେଢବର୍ଷ ତଳେ ଲଞ୍ଚ ହୋଇଥିବା ଏହି ଷ୍ଟାର୍ଟଅପର ୨ଟି ମଡେଲ ଆମରେିକାର ମେଟା, ଓପନ୍ ଏଆଇ ଓ ଗୁଗୁଲ ଭଳି ପ୍ରମୁଖ ଟେକ୍ କମ୍ପାନୀକୁ ଚକିତ କରିଛି । ଦାବି କରାଯାଉଛି ଚାଇନାର ଡିପସିକ୍ ଆମେରିକାର ଏଆଇ କମ୍ପାନୀ ତୁଳନାରେ ବହୁତ ଭଲ ହୋଇଥିବାରୁ ସେମାନେ ବିଶ୍ୱରେ ବଡ଼ ପରିବର୍ତ୍ତନ ଆଣିପାରିବେ ।
ଚାଇନିଜ୍ ଏଆଇ କମ୍ପାନୀ ନିକଟରେ ଏହାର ଦୁଇଟି ମଡେଲ ଡିପସିକ୍ ଆର-୧ ଏବଂ ଡିପସିକ୍ ଭି-୩ ରିଲିଜ କରାଯାଇଛି । ଏହାପରେ ଆମେରିକାର ଟେକ୍ କମ୍ପାନୀ ଗୁଡିକର ଶେୟାର ହ୍ରାସ ପାଇଛି । ଚାଟ୍ ଜିପିଟି ଠାରୁ ଡିପସିକ୍ ଅଧିକ ଶକ୍ତିଶାଳୀ ବୋଲି ଦାବି କରାଯାଉଛି । ଏଥିପାଇଁ ବଡ଼ ବଡ଼ ଏଆଇ କମ୍ପାନୀ ଏବେ ଡିପସିକ୍ ପାଇଁ ଭୟଭୀତ ହୋଇପଡିଛନ୍ତି ।
ଚାଟ୍ ଜିପିଟିକୁ ପଛରେ ପଛାଇ ଟପ୍ ରେଟେଡ୍ ଆପ୍ଲିକେସନ୍ ପାଲଟିଲା ଡିପସିକ୍ । ଏତେ କମ୍ ସମୟରେ ଏହାର ଲୋକପ୍ରିୟତା ଆମେରିକାର ଶୀର୍ଷ କମ୍ପାନୀ ଗୁଡ଼ିକୁ ଭୟଭୀତ କରାଇଛି । ଖୁବ୍ କମ୍ ବଜେଟ୍ରେ ଡିପସିକ୍ ପ୍ରସ୍ତୁତ କରାଯାଉଛି ବୋଲି ଦାବି କରାଯାଉଛି । ତେବେ କମ୍ ସମୟ ମଧ୍ୟରେ ନିଜର ଆଧିପତ୍ୟ ବଜାଇ ରଖି ଦ୍ୱିତୀୟ ଏଆଇ ମଡେଲକୁ ପଛରେ ପକାଇବା ସମସ୍ତ ଆଶ୍ଚର୍ଯ୍ୟ କରିଛି ।
ନଜର ପକାନ୍ତୁ ଡିପସିକ୍ କଣ?
- ଡିପସିକ୍ ହେଉଛି ଏକ ନୂତନ ଟେକ୍ନୋଲୋଜୀ ବା ପ୍ରୋସେସର
- ଏହା ହେଉଛି ଏକ ଚାଇନିଜ୍ ଏଆଇ କମ୍ପାନୀ
- ଚୀନ ହାଙ୍ଗଜୋରେ ଥିବା ଏହି କମ୍ପାନୀ ୨୦୨୩ରେ ଲଞ୍ଚ ହୋଇଥିଲା
- ଚୀନର ଲିଆଙ୍ଗ ୱେନଫେଙ୍ଗ ଏହାକୁ ସ୍ଥାପନ କରିଥିଲେ
- ଡିପସିକର ଏଆଇ ଆପ୍ ଏହାର ୱେବସାଇଟ୍ ଓ ଆପଲ ପ୍ଲେ-ଷ୍ଟୋରରେ ଏହା ଉପଲବ୍ଧ
- ଏହାର ଫିଚର ପାଇଁ ଏହା ସବୁଠୁ ଅଧିକ ସ୍ପିଡ ଡାଇଲୋଡିଙ୍ଗ ଆପରେ ପରିଣତ ହୋଇଛି
- ChatGPT ଯାହା କରେ ତାହା ଡିପସିକ ବି କରିଥାଏ
- ChatGPT ଭଳି ପ୍ଲାଟଫର୍ମ ବ୍ୟବହାରକାରୀଙ୍କୁ ଉନ୍ନତ ସେବା ପାଇଁ ଦେୟ ଦେବାକୁ ପଡେ ହେଲେ ଡିପସିକ୍ ସମ୍ପୂର୍ଣ୍ଣ ସେବା ମାଗଣାରେ ପ୍ରଦାନ କରେ